କୁଆଖାଇରେ ବୁଡି ୨ ମୃତ

ଭୁବନେଶ୍ଵର : କୁଆଖାଇ ନଦୀରେ ଗାଧୋଇବା ବେଳେ ପାଣିରେ ବୁଡ଼ି ଦୁଇଜଣ ଯୁବକ ମୃତ୍ୟୁବରଣ କରିଛନ୍ତି। ସେମାନେ ହେଲେ ତମାଣ୍ଡୋର ସ୍ମୃତି ସୌରଭ ପ୍ରଧାନ ଓ ଅନଗୁଳ ରେଙ୍ଗାଲିର ସତ୍ୟଜିତ ଦାସ। ବାଲିଅନ୍ତା ଅଗ୍ନିଶମ ବାହିନୀ ଯୁବକଙ୍କ ମୃତଦେହକୁ ଉଦ୍ଧାର କରିଥିବା ଜଣାପଡିଛି। ‌

ଖବର ଅନୁଯାୟୀ ଶନିବର ଅପରାହ୍ନରେ କେତେକ ଯୁବକ ନଦୀ ପଠାକୁ ଭୋଜି କରିବାକୁ ଆସିଥିଲେ। ସାଙ୍ଗମାନେ ଭୋଜିଭାତରେ ବ୍ୟସ୍ତ ଥିବାବେଳେ ସ୍ମୃତି ଓ ସୌରଭ ଗାଧୋଇବାକୁ ଯାଇ ପାଣିରେ ବୁଡି ଯାଇଥିଲେ। ଏ ସମ୍ପର୍କରେ ପୋଲିସକୁ ଖବର ଦିଆଯାଇଥିଲା। ପରେ ସେଠାରେ ଅଗ୍ନିଶମ ବିଭାଗ ପହଞ୍ଚି ଦୁହିଁଙ୍କୁ ଉଦ୍ଧାରକରି କ୍ୟାପିଟାଲ ହସ୍ପିଟାଲ ନେଇଥିଲେ ହେଁ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

Leave a Reply

Your email address will not be published. Required fields are marked *

Back to top button