ଆସନ୍ତା ମାର୍ଚ୍ଚରୁ ମହିଳାଙ୍କୁ ମାଗଣା ଗ୍ୟାସ ସିଲିଣ୍ଡର

ଲକ୍ଷ୍ନୌ : ୨୦୨୪ ହୋଲି ଉତ୍ସବ ଅବସରରେ ଉତ୍ତରପ୍ରଦେଶ ସରକାର ମହିଳାମାନଙ୍କୁ ମାଗଣାରେ ଏଲପିଜି ସିଲିଣ୍ଡର ପ୍ରଦାନ କରିବେ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘୋଷଣା କରିଛନ୍ତି।

ଖବର ଅନୁଯାୟୀ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଘୋଷଣା ହେଲା ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀଙ୍କୁ ଉତ୍ତରପ୍ରଦେଶ ସରକାର ମାଗଣା ଗ୍ୟାସ ସିଲିଣ୍ଡର ଯୋଗାଇ ଦେବେ। ଏଥିପାଇଁ ହିତାଧିକାରୀଙ୍କୁ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆଧାର ସହ ଲିଙ୍କ କରିବାକୁ ପଡିବ। ମାଗଣା ଗ୍ୟାସ ସିଲିଣ୍ଡର ପାଇଁ ରାଜ୍ୟ ସରକାର ପ୍ରାୟ ୨୩୧୨ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ଯୋଗୀ ଆଦିତ୍ୟନାଥ କହିଛନ୍ତି।

ସେ କହିଛନ୍ତି ବିଧାନସଭା ନିର୍ବାଚନ-୨୦୨୨ ସମୟରେ ‘ଲୋକ କଲ୍ୟାଣ ସଂକଳ୍ପ ପତ୍ର’ରେ କରାଯାଇଥିବା ଆଉ ଏକ ଘୋଷଣାକୁ ଆମ ସରକାର ପୂରଣ କରୁଛନ୍ତି। ୨୦୧୪ ପୂର୍ବରୁ ଲୋକଙ୍କୁ ଗ୍ୟାସ୍ ସଂଯୋଗ ମିଳୁନଥିଲା। ସଂଯୋଗ ଉପଲବ୍ଧ ଥିଲେ ମଧ୍ୟ ସିଲିଣ୍ଡର ପାଇବା ପାଇଁ ସେମାନଙ୍କୁ ଠିଆ ହେବାକୁ ପଡ଼ିଥିଲା। ଗରିବ ଲୋକମାନେ ଗ୍ୟାସ୍ ସଂଯୋଗ ପାଇବା କଥା ଭାବି ପାରୁନଥିଲେ। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଜ୍ଜଳା ଯୋଜନା ଲୋକଙ୍କ ଏହି ସମସ୍ୟାକୁ ଦୂର କରିଛି।

Leave a Reply

Your email address will not be published. Required fields are marked *

Back to top button