୪୦୦ ଗାଡ଼ିଧରି କଂଗ୍ରେସକୁ ଫେରିଲେ ବିଜେପି ନେତା

ନୂଆଦିଲ୍ଲୀ : ରାଜକୀୟ ଷ୍ଟାଇଲରେ କଂଗ୍ରେସକୁ ଫେରିଛନ୍ତି ମଧ୍ୟପ୍ରଦେଶର ବିଜେପି ନେତା ବୈଜନାଥ ସିଂହ। ଘର ବାହୁଡ଼ାକୁ ସ୍ମରଣୀୟ କରିବାକୁ ସେ ୩ ଶହ କିମି ରାସ୍ତାକୁ ୪୦୦ ଗାଡ଼ିରେ ସାଇରନ ବଜାଇ ଅତିକ୍ରମ କରିଛନ୍ତି। ଯାହା ଏବେ ଦେଶରେ ଚର୍ଚ୍ଚାର ବିଷୟ ହୋଇଛି।

ଖବର ଅନୁଯାୟୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବିଦ୍ରୋହ ବେଳେ ବୈଜନାଥ ସିଂହ କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିଲେ। ଏବେ ତାଙ୍କର ଘର ବାହୁଡା ହୋଇଛି। କଂଗ୍ରେସକୁ ଫେରିବା ପାଇଁ ବୈଜନାଥ ଶିବପୁରୀରୁ ୪୦୦ କାର୍‌ ସହ ଭୋପାଳ ସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ ପହଞ୍ଚିଥିଲେ। କୁହାଯାଉଛି ଚଳିତବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ବୈଜନାଥ ଜଣେ ଟିକେଟ ଆଶାୟୀ। ହେଲେ ବିଜେପି ତାଙ୍କୁ ଟିକେଟ ଦେବାର ସମ୍ଭାବନା ନଥିବାରୁ ସେ କଂଗ୍ରେସକୁ ଫେରିଛନ୍ତି।

ତେବେ ଏହି ଘରବାହୁଡାର କାରଣ ଯାହାବି ଥାଉ ବୈଜନାଥଙ୍କୁ ଆଜି ସେହି କମଲନାଥ ଓ ବରିଷ୍ଠ ନେତା ଦିଗବିଜୟ ସିଂହ ତାଙ୍କୁ ଦଳକୁ ସ୍ୱାଗତ କରିଛନ୍ତି। ବୈଜନାଥଙ୍କ ସମେତ ୧୫ ଜଣ ଜିଲ୍ଲାସ୍ତରୀୟ ବିଜେପି ନେତା ମଧ୍ୟ କଂଗ୍ରେସରେ ସାମିଲ ହୋଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button