ପାଇଖାନା ଟାଙ୍କିରେ ପଡ଼ି ୨ ଶ୍ରମିକ ମୃତ

ଭୁବନେଶ୍ଵର : ରାଜଧାନୀରେ ଭୂବନେଶ୍ଵରରେ ପାଇଖାନା ଟାଙ୍କି ସଫା କରିବାକୁ ଯାଇଥିବା ଦୁଇଜଣ ଶ୍ରମିକଙ୍କର ଘଟିଛି।

ଖବର ଅନୁଯାୟୀ ଭୁବନେଶ୍ଵର ଶିଶୁପାଳଗଡ଼ ରଘୁନାଥନଗର ଲେନ୍-୨ରେ ଜଣେ ବ୍ୟକ୍ତିଙ୍କ ପାଇଖାନା ଟାଙ୍କି ସଫା କରିବାକୁ ଦୁଇଜଣ ଯୁବକ ଆସିଥିଲେ। ହେଲେ ଦୁହେଁ ଟାଙ୍କିରେ ଶ୍ଵାସରୁଦ୍ଧ ହୋଇଯାଇଥିଲେ। ଅଗ୍ନିଶମ ବାହିନୀ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

Leave a Reply

Your email address will not be published. Required fields are marked *

Back to top button