ସ୍ଵାମୀର ପରକ୍ରିୟା ପ୍ରୀତି ପାଇଁ ପତ୍ନୀର ଆତ୍ମହତ୍ୟା

ରାୟଗଡ଼ା: ପରକ୍ରିୟା ପ୍ରୀତି ପାଇଁ ପରିବାରରେ ବିବାଦ। ସ୍ଵାମୀଙ୍କ ଏପରି କାର୍ଯ୍ୟରେ ଲିପ୍ତ ଯୋଗୁ ପତ୍ନୀର ଆତ୍ମହତ୍ୟା। ଏହି ଘଟଣା ରାୟଗଡାର କସ୍ତୁରିନଗରରେ ଘଟିଥିବା ଜଣାପଡିଛି।

ଖବର ଅନୁଯାୟୀ ରାୟଗଡା କସ୍ତୁରିନଗର ପ୍ରଥମ ଗଳିର ଏକ ଭଡା ଘରେ ରହୁଥିଲେ। ଈଶ୍ୱର ରାଓ ଓ ପତ୍ନୀ ବି.ସାରଦା। ସେମାନଙ୍କର ପୁଅ-ଝିଅ ଦୁଇଟି ସନ୍ତାନ। ଗୁରୁବାର ସକାଳେ ପୁଅ ଓ ଝିଅ ସ୍କୁଲ ଗଲା ପରେ ଘର ପତ୍ନୀ ଭିତର ପଟୁ କବାଟ ଦେଇ ଫ୍ୟାନରେ ଝୁଲିପଡ଼ିଥିଲେ। ପିଲାମାନେ ସ୍କୁଲରୁ ଫେରି କବାଟ ବନ୍ଦ ଥିବା ଦେଖି ମାମୁକୁ ଡାକିଥିଲେ। ମାମୁଁ ଝରକା ପଟରୁ ଦେଖିଲେ ଭଉଣୀ ସାରଦା ଆତ୍ମହତ୍ୟା କରିଛି। ତେଣୁ ଥାନାକୁ ଜଣାଇବାରୁ ପୋଲିସ ତଦନ୍ତ ଆରମ୍ଭ କରିଛି।

ସାରଦାଙ୍କ ଭାଇ ଅଭିଯୋଗ କରିଛନ୍ତି ଈଶ୍ୱର ରାଓଙ୍କର କୌଣସି ଏକ ମହିଳାଙ୍କ ସହିତ ପ୍ରେମ ସମ୍ପର୍କ ଥିଲା। ଦୁହେଁ ବିଶାଖାପାଟଣାରେ ରହୁଥିଲେ। ଏହାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କଳିଝଗଡା ଲାଗି ରହୁଥିଲା। ସ୍ଵାମୀର ପରକ୍ରୀୟା ପ୍ରୀତିରେ ଅତିଷ୍ଠ ହୋଇ ଶେଷରେ ସାରଦା ଆତ୍ମହତ୍ୟା କରିଛି। ସାରଦାଙ୍କ ଘର ଲୋକେ ଈଶ୍ୱରଙ୍କ ନାଁ’ରେ ନାମରେ ଥାନାରେ ଏତେଲା ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button