ଜନ୍ମ ଓ ମୃତ୍ୟୁ ପଂଜୀକରଣ ବିଲ୍ ଲୋକସଭାରେ ଗୃହୀତ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଗତ ଜୁଲାଇ ୨୬ ତାରିଖରେ ଲୋକସଭାରେ ଆଗତ କରିଥିବା ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ (ସଂଶୋଧନ) ବିଲ୍ -୨୦୨୩ ଆଜି ଗୃହୀତ ହୋଇଛି। ଏହି ବିଲରେ ଜନ୍ମ ଓ ମୃତ୍ୟୁର ଜାତୀୟ ଓ ରାଜ୍ୟସ୍ତରୀୟ ଡାଟାବେସ୍ ପ୍ରସ୍ତୁତ କରିବାକୁ ପ୍ରସ୍ତାବ ଦିଆଯାଇଛି।

ଖବର ଅନୁଯାୟୀ ବିଲ୍ ଆଇନରେ ପରିଣତ ହେଲେ ଜନ୍ମ ପଞ୍ଜୀକରଣ ସମୟରେ ପିତାମାତା କିମ୍ବା ଅଭିଭାବକଙ୍କ ଆଧାର ନମ୍ବର ଆବଶ୍ୟକ ହେବ। ସେହିପରି ବିଭିନ୍ନ ମୌଳିକ ସରକାରୀ ସେବା ଯଥା ସ୍କୁଲ ନାମଲେଖା, ଡ୍ରାଇଭିଂ ଲାଇସେନ୍ସ ଆବେଦନ, ଆଧାର ନମ୍ବର ଆବେଦନ, ଭୋଟର ପଂଜୀକରଣ, ବିବାହ ପଂଜୀକରଣ କିମ୍ବା ସରକାରୀ ଚାକିରି ପାଇଁ ଆବେଦନ ପାଇଁ ଜନ୍ମ ପ୍ରମାଣପତ୍ର ବାଧ୍ୟତାମୂଳକ ହେବ। ଏହି ପ୍ରସ୍ତାବିତ ଆଇନ ମାଧ୍ୟମରେ ଜନ୍ମ ଓ ମୃତ୍ୟୁ ପଂଜୀକରଣ ପ୍ରକ୍ରିୟାକୁ ସରଳ କରାଯିବ।

Leave a Reply

Your email address will not be published. Required fields are marked *

Back to top button