ପ୍ରଶ୍ନ ପାଇଁ ଲାଞ୍ଚ ମାମଲାର ସିବିଆଇ ତଦନ୍ତ ଆରମ୍ଭ
ନୂଆଦିଲ୍ଲୀ : ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ଅଡୁଆ ବଢିଲା। ଲୋକପାଳଙ୍କ ନିର୍ଦ୍ଦେଶକ୍ରମେ ଏହି ମାମଲାର ସିବିଆଇ ତଦନ୍ତ ଆରମ୍ଭ ହୋଇଛି। ପ୍ରାଥମିକ ତଦନ୍ତ ପରେ ମହୁଆଙ୍କ ବିରୋଧରେ ସିବିଆଇ ଅପରାଧିକ ମାମଲା ରୁଜୁ କରିବ କି ନାହିଁ ସେ ସମ୍ପର୍କରେ , ନିଷ୍ପତ୍ତି ନେବ।
ଖବର ଅନୁଯାୟୀ ପ୍ରାଥମିକ ତଦନ୍ତ ସମୟରେ ସିବିଆଇ ଅଭିଯୁକ୍ତଙ୍କୁ ଗିରଫ କରିପାରିବନି କିମ୍ବା କୌଣସି ସ୍ଥାନରେ ଚଢଉ କରିପାରିବ ନାହିଁ। କିନ୍ତୁ ତଥ୍ୟ ମାଗି ମାରିବ। ଏହାଛଡା ଦସ୍ତାବିଜର ଯାଞ୍ଚ ଓ ଅଭିଯୁକ୍ତ ସାଂସଦ ମହୁଆଙ୍କୁ ଜେରା କରିପାରିବ। ଏହାର ରିପୋର୍ଟ ଦୁର୍ନୀତି ନିରୋଧ ଶାଖା ନିକଟରେ ଦାଖଲ କରାଯିବ।