ସାର୍ଟିଫିକେଟ୍ ପାଇଁ ଟଙ୍କା ଆଦାୟକରି ଫସିଲେ ପ୍ରଧାନଶିକ୍ଷକ

janatakhabar.in

ମାଲକାନଗିରି : ମାଟ୍ରିକ ସାର୍ଟିଫିକେଟ୍ ବଦଳରେ ଛାତ୍ରଛାତ୍ରୀଙ୍କ ଠାରୁ ଟଙ୍କା ଆଦାୟ କରି ଫସିଲେ ଗଠନପାଲି ନବୀନ ଚନ୍ଦ୍ର ହାଇସ୍କୁଲର ପ୍ରଧାନ ଶିକ୍ଷକ। ଏଥିପାଇଁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି।

ଖବର ଅନୁଯାୟୀ ମାଲକାନଗିରି ପଡିଆ ବ୍ଲକର ଗଠନପାଲି ନବୀନ ଚନ୍ଦ୍ର ହାଇସ୍କୁଲ ପ୍ରଧାନ ଶିକ୍ଷକ ଜଳଧର ବେହେରା ମାଟ୍ରିକ ମାର୍କସିଟ୍, ସ୍କୁଲ ଲିଭିଙ୍ଗ ସାର୍ଟିଫିକେଟ ଓ କଣ୍ଟକ୍ଟ ସାର୍ଟିଫିକେଟ ଦେବାପାଇଁ ଛାତ୍ରଛାତ୍ରୀଙ୍କ ଠାରୁ ହଜାରେ ଟଙ୍କା ଲେଖାଏଁ ଆଦାୟ କରୁଥିଲେ। ଏହି ଖବର ପ୍ରକାଶ ପାଇବା ପରେ ଜିଲ୍ଲା ଶିକ୍ଷା ଅଧିକାରୀ ତାଙ୍କୁ ନିଲମ୍ବିତ କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *