ସାମାଜିକ ଗଣମାଧ୍ୟମରେ କଟାମୁଣ୍ଡ ଭିଡିଓ

ନୂଆଦିଲ୍ଲୀ : ଗତ ମେ’ ମାସରୁ ଇମ୍ଫାଲ୍‌ ଉପତ୍ୟକାରେ ଥିବା ସଂଖ୍ୟାଗରିଷ୍ଠ ମଣିପୁରୀ ସମ୍ପ୍ରଦାୟ ଓ କୁକି ଜନଜାତି ମଧ୍ୟରେ ସଂଘର୍ଷ ଯୋଗୁ ୧୬୦ରୁ ଊର୍ଦ୍ଧ୍ଵ ଲୋକଙ୍କର ମୃତ୍ୟୁ ହୋଇସାରିଲାଣି। ହେଲେ ମହିଳାଙ୍କୁ ଉଲଗ୍ନ କରି ବାଟରେ ଚଲାଇବା ଭିଡିଓ ସବୁ ସୀମାକୁ ଟପିଯାଇଛି। କେବଳ ସେତିକି ନୁହେଁ ଏବେ ମଣିପୁରରେ ଜଣେ ବ୍ୟକ୍ତିଙ୍କ କଟାମୁଣ୍ଡ ଦୃଶ୍ୟ ଥିବା ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ରିପୋର୍ଟ ହୋଇଛି।

ଖବର ଅନୁଯାୟୀ ଡେଭିଡ୍‌ ଥିଏକ୍‌ ନାମରେ ଜଣେ ‘କୁକି’ ସମ୍ପ୍ରଦାୟ ବ୍ୟକ୍ତିଙ୍କ କଟାମୁଣ୍ଡକୁ ବିଷ୍ଣୁପୁର ଜିଲ୍ଲା ଅନ୍ତର୍ଗତ ଏକ ଆବାସିକ ଅଞ୍ଚଳରେ ବାଉଁଶ ବତା ବାଡ଼ରେ ରଖାଯାଇଥିବା ଭିଡିଓରେ ଦେଖାଯାଉଛି। ସୂଚନା ଅନୁସାରେ ଜୁଲାଇ ୨ ତାରିଖ ରାତି ୧୨ଟାରେ ଘଟିଥିବା ସଂଘର୍ଷ ସମୟରେ ଥିଏକ୍‌ଙ୍କୁ ହତ୍ୟା କରାଯାଇଥିଲା। ଏହି ସଂଘର୍ଷରେ ଆଉ ୩ଜଣ ବ୍ୟକ୍ତି ମଧ୍ୟ ପ୍ରାଣ ହରାଇଥିଲେ।

ଦଳେ ବ୍ୟକ୍ତି ମେ’ ୪ ତାରିଖ ଦିନ ୨ଜଣ ମହିଳାଙ୍କୁ ଉଲଗ୍ନ କରାଇ ରାସ୍ତାରେ ଚଲାଇବା ଭିଡିଓ ଭାଇରାଲକୁ ନେଇ ଶୁକ୍ରବାର ମଣିପୁରରେ ସଦ୍ୟ ଉତ୍ତେଜନା ସୃଷ୍ଟି ହୋଇଛି। ଏହି ଘଟଣାରେ ୪ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button