ମାଂସ ଦୋକାନରେ ନିଆଁ ଲଗାଇବା ଅଭିଯୋଗ : ତିନି ଯବାନ ଗିରଫ

ଇମ୍ଫାଲ : ଇମ୍ଫାଲର ନ୍ୟୁ ଚେକନ ଅଞ୍ଚଳରେ ଏକ ଦୋକାନରେ ନିଆଁ ଲଗାଇବାକୁ ଚେଷ୍ଟା କରୁଥିବା ଅଭିଯୋଗରେ ତିନିଜଣ ଯବାନ ଗିରଫ। ଏହି ଯବାନମାନେ ସେଣ୍ଟ୍ରାଲ ରାପିଡ ଆକ୍ସନ ଫୋର୍ସ (ଆରଏଏଫ)ର କର୍ମଚାରୀ ବୋଲି ପୋଲିସ ସୂଚନା ଦେଇଛି।
ଖବର ଅନୁଯାୟୀ ଶନିବାର ଘଟିଥିବା ଏହି ଘଟଣା ସମ୍ପର୍କରେ ଜଣାପଡିବା ପରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ସୋମଦେବ ଆର୍ଯ୍ୟ, କୁଲଦୀପ ସିଂ ଓ ପ୍ରଦୀପ କୁମାରଙ୍କ ନାମରେ ଅଭିଯୋଗ ଆସିବାରୁ ତୁରନ୍ତ ନିଲମ୍ବିତ କରାଯାଇଛି। ସେମାନଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ କରାଯିବ। ସ୍ଥାନୀୟ ପୋଲିସ କହିଛି ଏକ କାରରେ ତିନିଜଣ ଯବାନ ସାଧା ପୋଷାକରେ ଆସି ନାଗା ଆଦିବାସୀଙ୍କ ମାଂସ ଦୋକାନରେ ନିଆଁ ଲଗାଇବାକୁ ଚେଷ୍ଟା କରୁଥିଲେ।