ଆହତଙ୍କୁ ନେଇଯାଉଥିବା ବସ୍ ଦୁର୍ଘଟଣାଗ୍ରସ୍ତ

ମେଦିନୀପୁର : ବାଲେଶ୍ୱର ଜିଲ୍ଲା ବାହାନଗା ରେଳ ଦୁର୍ଘଟଣାରେ ଆହତଙ୍କୁ ପଶ୍ଚିମବଙ୍ଗ ମେଦିନୀପୁର ନେଇ ଯାଉଥିବା ଏକ ବସ୍ ଆଜି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନଥିଲେ ହେଁ ଜାତୀୟ ରାଜପଥରେ ଜାମ୍ ଲାଗି ରହିଥିଲା ବୋଲି ଜଣାପଡିଛି।

ଖବର ଅନୁଯାୟୀ ବାହାନଗା ରେଳ ଦୁର୍ଘଟଣାରେ ସାମାନ୍ୟ ଆହତ ହୋଇଥିବା କିଛି ଯାତ୍ରୀଙ୍କୁ ଚିକିତ୍ସା ପାଇଁ ବସଯୋଗେ ପଶ୍ଚିମବଙ୍ଗର ବିଭିନ୍ନ ଜିଲ୍ଲାକୁ ପଠାଯାଉଥିଲା। ମେଦିନୀପୁର ନିକଟରେ ଏକ ପିକ୍ ଅପ୍ ଭ୍ୟାନ୍ ସହ ବସର ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ବସର ଅନେକ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ଆଶଙ୍କା କରାଯାଉଛି।

Leave a Reply

Your email address will not be published. Required fields are marked *

Back to top button