ନଭେମ୍ବରରୁ ଏସବୁ ନିୟମ ବଦଳିବ

ଭୁବନେଶ୍ୱର : ଆସନ୍ତା ସୋମବାରଠାରୁ ବଦଳିବ ୫ ନିୟମ। ଏହାର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡିବ। ନଭେମ୍ବର ପହିଲାରୁ ବ୍ୟାଙ୍କରେ ଟଙ୍କା ଜମା ଓ ଉଠାଣ ପାଇଁ ସେବାକର ଦେବାକୁ ହେବ। ରେଳ ବିଭାଗର ସମୟ ସାରଣୀ ବଦଳିବା ସହିତ ଗ୍ୟାସ ସିଲିଣ୍ଡର ବୁକିଂ ନିୟମରେ ହେବ ପରିବର୍ତ୍ତନ।

ଖବର ଅନୁଯାୟୀ ନଭେମ୍ବର ମାସ ଆରମ୍ଭରେ ରୋଷେଇ ଗ୍ୟାସ ସିଲିଣ୍ଡର ମହାଙ୍ଗା ହୋଇପାରେ। ବ୍ୟାଙ୍କରେ ଟଙ୍କା ଜମା ଓ ଉଠାଣ ଉପରେ ଲାଗିବ ସେବାକର। ପ୍ରଥମେ ବ୍ୟାଙ୍କ ଅଫ୍ ବରୋଦା ଏହା ଆରମ୍ଭ କରିଥିଲା। ସୋମବାର ଠାରୁ ସମସ୍ତ ବ୍ୟାଙ୍କ ଗ୍ରାହକ ନିର୍ଦ୍ଧାରିତ ସୀମା ଠାରୁ ଅଧିକ ଟଙ୍କା ଜମା କଲେ ବା ଉଠାଇଲେ ଦେୟ ଗଣିବେ। ଆକାଉଣ୍ଟ ପ୍ରତି ୧୫୦ ଟଙ୍କା ଦେବାକୁ ପଡିବ। ଖାତା ଧାରକମାନେ ଗୋଟିଏ ମାସରେ ୩ ଥର ଜମା କରିବା ପରେ ଯଦି ଚତୁର୍ଥ ଥର ଟଙ୍କା ଜମା କରନ୍ତି ତେବେ ଅଧିକ ୪୦ ଟଙ୍କା ଦେବେ। କିନ୍ତୁ ଜନଧନ ଖାତାଧାରକଙ୍କୁ ଜମା ଉପରେ କର ଦେବାକୁ ପଡିବ ନାହିଁ। ହେଲେ ମାସକୁ ୩ରୁ ଅଧିକ ଥର ଟଙ୍କା ଉଠାଇଲେ ପ୍ରତିଥରକୁ ୧୦୦ ଟଙ୍କା ଅଧିକ ଦେବାକୁ ପଡିବ।

ସେହିପରି ଦେଶରେ ଚଳାଚଳ କରୁଥିବା ଟ୍ରେନ୍ ଚଳାଚଳର ସମୟ ସାରଣୀ ବଦଳିବାକୁ ଯାଉଛି। ଏହି କ୍ରମରେ ୧୩ ହଜାର ଯାତ୍ରୀବାହୀ ଟ୍ରେନ ଓ ୭ ହଜାର ମାଲଗାଡିର ସମୟ ସାରଣୀ ବଦଳିବାକୁ ଯାଉଛି। ଏହାଛଡା ନଭେମ୍ବର ପହିଲାରୁ ରୋଷେଇ ଗ୍ୟାସ ସିଲିଣ୍ଡର ଡେଲିଭରିର ପ୍ରକ୍ରିୟା ବଦଳିବାକୁ ଯାଉଛି। ଗ୍ୟାସ ବୁକିଂ କରିବା ପରେ ଗ୍ରାହକଙ୍କ ମୋବାଇଲକୁ ଏକ ଓଟିପି ଆସିବ। ଡେଲିଭରୀ ବୟ ସହିତ ସେହି ଓଟିପି ସେୟାର କରିବାକୁ ହେବ। ଏହି ଓଟିପି କମ୍ପାନୀ ସିଷ୍ଟମରେ ମିଶିବା ପରେ ଗ୍ୟାସ ଡେଲିଭରୀ ମିଳିବ।

ନଭେମ୍ବର ପହିଲାରୁ କିଛି ଆଇଫୋନ ଓ ସ୍ମାର୍ଟଫୋନରେ ହ୍ୱାଟସଅପ ଆପ୍ କାମ କରିବନି। ହ୍ୱାଟସଆପର ସୂଚନା ମୁତାବକ ଫେସବୁକ ମାଲିକାନାରେ ଥିବା ପ୍ଲାଟଫର୍ମ ଆଣ୍ଡ୍ରଏଡ ୪.୦.୩ ଆଇସକ୍ରିମ, ସାଣ୍ଡୱିଚ, ଆଇଓଏସ ୯ ଓ କାଇ ଓଏସ ୨.୫.୦ ରେ ସପୋର୍ଟ କରିବ ନାହିଁ।

Leave a Reply

Your email address will not be published. Required fields are marked *

Back to top button