ସ୍କୁଲରେ ‘ନକାବ୍’ ନିଷିଦ୍ଧ

କାଇରୋ : ମୁସଲିମ ଦେଶ ଇଜିପ୍ଟ ସରକାର ସ୍କୁଲରେ ଛାତ୍ରୀମାନେ ମୁହଁ ଘୋଡ଼ାଇବାକୁ ବ୍ୟବହାର କରୁଥିବା ନକାବକୁ ନିଷିଦ୍ଧ କରିଛନ୍ତି। ସେପ୍ଟେମ୍ବର ୩୦ରୁ ଆରମ୍ଭ ହେବାକୁ ଥିବା ଆଗାମୀ ଶିକ୍ଷାବର୍ଷ ପାଇଁ ଏହି କଟକଣା ଲାଗୁ ହେବ।

ଖବର ଅନୁଯାୟୀ ଇଜିପ୍ଟର ଶିକ୍ଷାମନ୍ତ୍ରୀ ରେଡା ହେଗାଜି ଆନୁଷ୍ଠାନିକ ଭାବେ ନିଷ୍ପତ୍ତି ସଂପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ନୂଆ ଡ୍ରେସ୍ କୋଡରେ ଛାତ୍ରଛାତ୍ରୀମାନେ କେଶ ଆବୃତ କରିପାରିବେ। କିନ୍ତୁ ମୁହଁକୁ ଘୋଡ଼ାଇପାରିବେ ନାହିଁ। ପୋଷାକର ରଙ୍ଗ ବିଷୟରେ ସ୍କୁଲ ବୋର୍ଡ, ଟ୍ରଷ୍ଟି, ଅଭିଭାବକ, ବିଦ୍ୟାଳୟ ପରିଚାଳନା ଓ ଶିକ୍ଷା ସମିତି ମିଳିତ ନିଷ୍ପତ୍ତି ନେଇପାରିବେ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button