ବିଧାୟକ ସମୀର ରଞ୍ଜନ ଦାଶଙ୍କୁ କଳା ପତାକା ପ୍ରଦର୍ଶନ

ନିମାପଡା : ନିମାପଡା ବିଧାୟକ ସମୀର ରଞ୍ଜନ ଦାଶ ଆଜି ଗୋପ ବ୍ଲକରେ ପ୍ରକଳ୍ପ ଉଦ୍‌ଘାଟନ କରିବାକୁ ଯାଇ ବିରୋଧର ସମ୍ମୁଖୀନ ହୋଇଛନ୍ତି। ଅସନ୍ତୁଷ୍ଟ ବିଜେଡି କର୍ମୀ ତାଙ୍କୁ କଳାପତାକା ଦେଖାଇଥିବା ଚର୍ଚ୍ଚା ହେଉଛି।

ଖବର ଅନୁଯାୟୀ ପୁରୀ ଜିଲ୍ଲା ନିମାପଡା ବିଧାୟକ ସମୀର ରଞ୍ଜନ ଦାଶ ଆଜି କୋଠ ଘର ଉଦ୍‌ଘାଟନ କରିବା ପାଇଁ ଗୋପ ବ୍ଲକର ବେଦପୁରକୁ ଯାଉଥିଲେ। ସେଠାରେ ପହଞ୍ଚିବା ପରେ ତାଙ୍କ ସ୍ୱାଗତ କରାଯାଇଥିଲା। ହେଲେ ବିଜେଡିର ଅସନ୍ତୁଷ୍ଟ ଗୋଷ୍ଠୀ ଓ କିଛି ବିଜେପି କର୍ମୀ ତାଙ୍କୁ ବିରୋଧ କରି କଳା ପତାକା ଦେଖାଇବା ସହିତ ସମୀର ଦାଶ ଗୋ’ ବ୍ୟାକ୍‌ ନାରା ଦେଇଥିଲେ। ଏପରିକି ସମୀରଙ୍କ କୁଶପୁତ୍ତଳିକା ଦାହ କରିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ଫଳରେ ବିଧାୟକଙ୍କ ଶୋଭାଯାତ୍ରା କିଛି ସମୟ ଧରି ଅଟକି ଥିଲା। ପୋଲିସ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ହୋଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button