୨୦୨୪ରେ ଜନମତ ନରେନ୍ଦ୍ର ମୋଦୀଙ୍କ ସପକ୍ଷରେ ରହିବ : ବିଜେପି

ଭୁବନେଶ୍ୱର : ଜୁନ ୨୩ରେ ବିରୋଧୀ ଦଳମାନଙ୍କ ମହାମେଳିକୁ ନେଇ ବିଜେପିର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ମେଣ୍ଟକରି ବିଲୁଆ ବିଚାର ଯେତେ କଲେ ମଧ୍ୟ ମ୍ୟାଣ୍ଡେଟ ବିଜେପି ଓ ନରେନ୍ଦ୍ର ମୋଦୀଙ୍କ ସପକ୍ଷରେ ରହିବ। ଅତୀତରେ ଏଭଳି ଥାର୍ଡ ଫ୍ରଣ୍ଟ, ଫୋର୍ଥ ଫ୍ରଣ୍ଟ ବହୁତ ମେଣ୍ଟ ତିଆରି କରିବା ଆରମ୍ଭ କରିଛନ୍ତି, କିନ୍ତୁ ଲୋକଙ୍କ ମ୍ୟାଣ୍ଡେଟ ଆଗରେ କୌଣସି ମେଣ୍ଟ ସଫଳ ହୋଇନାହିଁ। ଲୋକ ଏମାନଙ୍କୁ ସବୁବେଳେ ଅଗ୍ରାହ୍ୟ କରିଛନ୍ତି। ତେଣୁ ୨୦୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଉ ଥରେ ଏହି ପଦରେ ଅଧିଷ୍ଠିତ ହେବେ ଏହା ସ୍ପଷ୍ଟ। ଏଥିରେ କୌଣସି ପ୍ରକାର ଦ୍ଵନ୍ଦ ନାହିଁ।
ସେ କହିଲେ ଦେଶକୁ କିଏ ନେତୃତ୍ୱ ଦେଇ ପାରୁଛନ୍ତି ବା ଦେଇ ପାରିବେ ଭାରତର ଧନୀଠୁ ଆରମ୍ଭ କରି ମଧ୍ୟବିତ୍ତ ଓ ଗରିବ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତେ ଅନୁଭବ କରିଛନ୍ତି। ସେଥିପାଇଁ ନରେନ୍ଦ୍ର ମୋଦୀଙ୍କ ଛଡ଼ା ଆଉ କେହି ଦ୍ଵିତୀୟ ବ୍ୟକ୍ତି ନାହିଁ। ତେଣୁ ସେ ଦୃଷ୍ଟିରୁ ମେଣ୍ଟ କଲେ ମଧ୍ୟ ଜନମତ ବିଜେପି ଓ ନରେନ୍ଦ୍ର ମୋଦୀଙ୍କ ସପକ୍ଷରେ ରହିବ।


























