ଓଏଏସ ସ୍ତରରେ ଅଦଳବଦଳ

ଭୁବନେଶ୍ଵର : ରାଜ୍ୟ ସରକାର ଆଜି ଓଏଏସ୍ ଅଫିସର ସ୍ତରରେ ବଦଳି କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।
ମଙ୍ଗଳବାର ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ରାଜସ୍ୱ ଅଧିକାରୀ ପ୍ରଶିକ୍ଷଣ ସଂସ୍ଥାନ (ରୋଟି) ଯୁଗ୍ମ ନିର୍ଦ୍ଦେଶକ ତଥା ବରିଷ୍ଠ ଓଏଏସ୍ ଅଫିସର ଆଶିଷ କୁମାର ଜେନାଙ୍କୁ ଯୁଗ୍ମ ଏସଆରସି ଭାବେ ବଦଳି ହୋଇଛି। ସେହିପରି ବୈତୁରା ଦୀପଙ୍କୁ ରୋଟି ଯୁଗ୍ମ ନିର୍ଦ୍ଦେଶକ କରାଯାଇଥିବା ବେଳେ ତାଙ୍କ ଖୋର୍ଦ୍ଧା ଜିଲ୍ଲା ପରିଷଦର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ହୋଇଥିବା ବଦଳିକୁ ବାତିଲ କରାଯାଇଛି। ପଶ୍ଚିମ ଓଡ଼ିଶା ବିକାଶ ପରିଷଦରେ ଓଏସଡି ଭାବେ କାର୍ଯ୍ୟରତ ସରିତା ପ୍ରଧାନଙ୍କୁ ଉପ ନିର୍ଦ୍ଦେଶକ,ନିଯୁକ୍ତି (ପ୍ରଶାସନ) ଭାବେ ବଦଳି ହୋଇଛି। ବଲାଙ୍ଗିର ଜିଲ୍ଲାର ତୁଷୁରା ତହସିଲଦାର ରବୀନ୍ଦ୍ର କୁମାର ପଟେଲଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଓଏସଡି ଏବଂ ଢେଙ୍କାନାଳ ଜିଲ୍ଲା ଗଦିଁଆ ବିଡିଓ ଆଶିଷ ରଞ୍ଜନ ସାହୁଙ୍କୁ ମିଶନ ଶକ୍ତି ବିଭାଗର ଉପସଚିବ ଭାବେ ବଦଳି କରାଯାଇଛି।