ଉପବାଚସ୍ପତି ଭାବେ ନିର୍ବାଚିତ ହେଲେ ସାଲୁଗା ପ୍ରଧାନ

ଭୁବନେଶ୍ଵର : ଉପବାଚସ୍ପତି ନିର୍ବାଚିତ ହେଲେ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଲୁଗା ପ୍ରଧାନଙ୍କ ନାମ ପ୍ରସ୍ତାବ ରଖିବାରୁ ଏହାକୁ ବିଜେପିର ମୁଖ୍ୟ ସଚେତକ ମୋହନ ମାଝୀ ସମର୍ଥନ କରିଥିଲେ। କଂଗ୍ରେସ ପକ୍ଷରୁ ମଧ୍ୟ ମିଳିଥିଲା ସମର୍ଥନ। ଏହାପରେ ଉପବାଚସ୍ପତି ଭାବେ ସାଲୁଗା ପ୍ରଧାନ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ ହୋଇଥିଲେ। ସେଥିପାଇଁ ସେ ଉଭୟ ଶାସକ ଓ ବିରୋଧୀ ଦଳର ନେତାଙ୍କୁ କୃତଜ୍ଞତା ଜଣାଇବା ସହିତ ନିରପେକ୍ଷ ଭାବେ ଦାୟିତ୍ଵ ନିର୍ବାହ କରିବେ ବୋଲି କହିଛନ୍ତି।

ଖବର ଅନୁଯାୟୀ ଗତକାଲି ବିଜେଡି ଶ୍ରୀ ପ୍ରଧାନଙ୍କ ନାମ ଘୋଷଣା କରିବା ପରେ ସେ ବିଧାନସଭା ସଚିବଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଶ୍ରୀ ପ୍ରଧାନ ଏକମାତ୍ର ପ୍ରାର୍ଥୀ ହୋଇଥିବାରୁ କେବଳ ଆନୁଷ୍ଠାନିକ ଘୋଷଣା ବାକି ଥିଲା। ଆଜିପୂର୍ବାହ୍ନ ୯ଟା ୩୦ରେ ବାଚସ୍ପତି ପ୍ରମିଳା ମଲ୍ଲିକ ଗୃହରେ ଆନୁଷ୍ଠାନିକ ଭାବେ ଉପବାଚସ୍ପତିଙ୍କ ନାଁ ଘୋଷଣା କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button