ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କଠୁ ୧୮୬କୋଟିରୁ ଊର୍ଦ୍ଧ୍ଵ ଜରିମାନା ଆଦାୟ

ଭୁବନେଶ୍ଵର : କଟକ ଓ ଭୁବନେଶ୍ଵର କମିସନରେଟ୍ ପୋଲିସ ଅଞ୍ଚଳରେ ଟ୍ରାଫିକ୍ ନିୟମ ଭାଙ୍ଗିଥିବା ବ୍ୟକ୍ତିମାନେ ତଣ୍ଡ ଗଣିଛନ୍ତି। ସେମାନଙ୍କ ଠାରୁ ଜରିମାନା ଆଦାୟ ହେଉଛି।
ଖବର ଅନୁଯାୟୀ ବିଧାନସଭାରେ ବିଧାୟକ ସୈଭିକ ବିଶ୍ଵାଳଙ୍କ ପ୍ରଶ୍ନର ଗୃହ ରାଷ୍ଟ୍ରମନ୍ତ୍ରୀ କହଛନ୍ତି ଗତ ତିନି ବର୍ଷରେ ୧କୋଟି ୮୫ ଲକ୍ଷ ୨୩୯୪ ଜଣ ଟ୍ରାଫିକ୍ ନିୟମ ଉଲଙ୍ଘନ କରିଛନ୍ତି। ସେମାନଙ୍କ ଠାରୁ ୧୮୬କୋଟିରୁ ଊର୍ଦ୍ଧ୍ଵ ଜରିମାନା ଆଦାୟ ହୋଇଛି। ବିନା ହେଲମେଟରେ ବିଗତ ତିନି ବର୍ଷରେ ୮ଲକ୍ଷ ୬୬ ହଜାର ୪୬୪ ଜଣ ଧରାପଡ଼ିଛନ୍ତି। ସେମାନଙ୍କ ପାଖରୁ ୮୫ କୋଟି ୬୭ଲକ୍ଷ ୬୭ହଜାର ୭୦୦ ଟଙ୍କା ଜରିମାନା ଆଦାୟ ହୋଇଛି।
ସେହିପରି ମୋବାଇଲରେ କଥା ହୋଇ ଧରାପଡ଼ିଛନ୍ତି ୧୪ହଜାର ୮ଶହ ୬୫ ଜଣ। ସେମାନଙ୍କ ଠାରୁ ୬କୋଟି ୬୫ଲକ୍ଷ ୧୨ ହଜାର ୮ଶହ ଟଙ୍କା ଜରିମାନା ଆଦାୟ ହୋଇଛି। ବିନା ସିଟ୍ ବେଲ୍ଟରେ ୧୯୬୪୩ ଧରାପଡ଼ିଥିବା ବେଳେ ୧ କୋଟି ୮୧ ଲକ୍ଷ ୯୧ ହଜାର ୧୦୦ଟଙ୍କା ଜରିମାନା ଦେଇଛନ୍ତି। ରଙ୍ଗ ରୁଟରେ ଗାଡି ଚଲାଇ ଧରାପଡ଼ିଥିବା ୧୮,୭୨୫ ଜଣ ଚାଳକଙ୍କ ଠାରୁ ୮କୋଟି ୭୭ଲକ୍ଷ ୯ହଜାର୧୦୦ ଟଙ୍କା ଓ ମଦ୍ୟପାନ କରି ୫୬୨୮ ଜଣ ଧରା ପଡିଥିବା ଗାଡି ଚାଳକଙ୍କ ପାଖରୁ ୨କୋଟି ୮୦ଲକ୍ଷ ୮ ହଜାର ଜରିମାନା ଆଦାୟ ହୋଇଛି।