ଜୁନ ୧୨ରେ ଏକାଠି ହେବେ ବିଜେପି ବିରୋଧୀ

ନୂଆଦିଲ୍ଲୀ : ଆସନ୍ତା ୧୨ ତାରିଖରେ ବିଜେପି ବିରୋଧୀ ଦଳ ଗୁଡିକ ବିହାରର ରାଜଧାନୀ ପାଟନାରେ ଏକାଠି ହେବେ। ଏହି ବୈଠକର କାର୍ଯ୍ୟସୂଚୀ ସମ୍ପର୍କରେ ସୂଚନା ଦିଆଯାଇନାହିଁ। କିନ୍ତୁ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହି ବୈଠକକୁ ଗୁରୁତ୍ୱପୂର୍ଣ୍ଣ ବୋଲିକୁହାଯାଉଛି।

ଖବର ଅନୁଯାୟୀ ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସମସ୍ତ ସମାନ ଚିନ୍ତାଧାରାର ବିରୋଧୀ ଦଳକୁ ଏଏକଜୁଟ କରିବାକୁ ଚେଷ୍ଟା କରୁଛନ୍ତି। ନିକଟରେ ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ଭେଟି ସାରିଛନ୍ତି।

କେବଳ ସେତିକି ନୁହେଁ ମୁଖ୍ୟମନ୍ତ୍ରୀ ନୀତୀଶ ସୋମବାର ଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ରାହୁଲ ଗାନ୍ଧିଙ୍କୁ ଭେଟିଥିଲେ। ଏହି ବୈଠକରେ ବିରୋଧୀ ଏକତାର ପ୍ରୟାସକୁ ତ୍ୱରାନ୍ୱିତ କରିବା ସହିତ ଆଗକୁ ଯିବା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।

Leave a Reply

Your email address will not be published. Required fields are marked *

Back to top button