ହନିଟ୍ରାପ : ପାକିସ୍ତାନକୁ ଗୁପ୍ତତଥ୍ୟ ପଠାଉଥିଲେ ବିଏସଏଫ କର୍ମଚାରୀ

ଅହମ୍ମଦାବାଦ : ହନିଟ୍ରାପରେ ଫସି ପାକିସ୍ତାନ ଆଇଏସଆଇ ପାଇଁ ଗୁପ୍ତଚର କାମ କରୁଥିବା ବ୍ୟକ୍ତି ଗିରଫ। ଗୁଜରାଟ ଏଟିଏସ୍ ଏହି ଗୁପ୍ତଚର ନେଟୱାର୍କର ପର୍ଦ୍ଦାଫାସ କରିଛି।
ଖବର ଅନୁଯାୟୀ ଗିରଫ ଯୁବକଙ୍କ ନାଁ ନୀଲେଶ ୱାଲିଆ। ଗୁଜରାଟ ଏଟିଏସ୍ ତଥ୍ୟ ଅନୁଯାୟୀ ଏହି ବ୍ୟକ୍ତି ହନିଟ୍ରାପ୍ ହେବା ପରେ ପାକିସ୍ତାନକୁ ଗୁଇନ୍ଦା ସୂଚନା ଦେଇଛନ୍ତି। ସୂଚନା ବଦଳରେ ତାଙ୍କୁ ୨୫ ହଜାର ଟଙ୍କା ମିଳିଛି। ଏହି ନେଟୱାର୍କର ମୂଳ ୟୁପିରେ ରହିଛି। ଗୁଜରାଟ ଏଟିଏସର ଇନପୁଟ ଆଧାରରେ ୟୁପି ଏଟିଏସ ମଧ୍ୟ ରାଜ୍ୟରେ ତଦନ୍ତ ଆରମ୍ଭ କରିଛି।
ଏହି ମାମଲାର ତଦନ୍ତରୁ ଜଣାପଡିଥିଲା ଅଦିତି ନାମରେ ଏକ ନକଲି ପ୍ରୋଫାଇଲରୁ ନିଲେଶ ପାକିସ୍ତାନୀ ହେଣ୍ଡଲରଙ୍କ ସଂସ୍ପର୍ଶରେ ଆସିଥିଲେ। ଏହାପରେ ସେ ବିଏସଏଫ ସହ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଆଇଏସଆଇକୁ ପଠାଇଥିଲେ। ଅଭିଯୁକ୍ତର ମୋବାଇଲର ଫୋରେନସିକ୍ ରିପୋର୍ଟରୁ ଅନେକ ତଥ୍ୟ ସାମ୍ନାକୁ ଆସିଥିବାରୁ ତାଙ୍କୁ ପଚରାଉଚରା ଜାରି ରହିଛି।