ବିବାହ ପୂର୍ବରୁ ଗୁରୁଦ୍ୱାର ଯାଇ ଆଶୀର୍ବାଦ‌ ନେଲେ ରାଘବ-ପରୀ

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ଆମ୍ ଆଦମୀ ପାର୍ଟି ନେତା ରାଘବ ଚଢ଼ାଙ୍କର ଗତ ମେ’ ମାସରେ ନିର୍ବନ୍ଧ ହୋଇଥିଲା। ଆସନ୍ତା ୨୪ ତାରିଖରେ ସେମାନେ ବିବାହ କରିବାକୁ ଯାଉଥିବା ବେ‌ଳେ ଦୁହେଁ ଦିଲ୍ଲୀ ଗୁରୁଦ୍ୱାର ମନ୍ଦିରରେ ଆଶୀର୍ବାଦ ପାଇଁ ପହଞ୍ଚିଥିବା ଦେଖିବାକୁ ମିଳିଛି।

ଖବର ଅନୁଯାୟୀ ସେପ୍ଟେମ୍ବର ୨୪ ତାରିଖରେ ରାଘବ ଓ ପରୀଙ୍କର ଉଦୟପୁରର ଏକ ହୋଟେଲରେ ବିବାହ ହେବ। ସେଥିପାଇଁ ବିବାହ ଉତ୍ସବ ୨୩ରେ ଆରମ୍ଭ ହେବାକୁ ଯାଉଛି। ଏହି ଯୋଡି ବିବାହ ପୂର୍ବରୁ ଅମୃତସରର ସ୍ଵର୍ଣ୍ଣ ମନ୍ଦିର ପରିଦର୍ଶନ କରିଛନ୍ତି। ରାଘବ ଓ ପରୀ ନିର୍ବନ୍ଧ ପରଠାରୁ ଚର୍ଚ୍ଚାରେ ରହିଛନ୍ତି। ଉଦୟପୁରରେ ଦୁହେଁ ରାଜକୀୟ ଶୈଳୀରେ ବିବାହ କରିବେ। ପରୀଣିତି ଓ ରାଘବ ଦୁହିଁଙ୍କ ପରିବାର ଲୋକ ଏବେ ଦିଲ୍ଲୀରେ ଅଛନ୍ତି। ସେମାନଙ୍କର ପ୍ରି-ୱେଡିଂ ସେରିମନି ଏବେ ଆରମ୍ଭ ହେବାକୁ ଯାଉଛି। ଜାଣିବାକୁ ମିଳିଛି କିର୍ତ୍ତନରୁ ବିବାହ ଉତ୍ସବ ଆରମ୍ଭ ହେବ।

Leave a Reply

Your email address will not be published. Required fields are marked *

Back to top button