ପେଟ୍ରୋଲ ଓ ଡିଜେଲ ୩ରୁ ୫ ଟଙ୍କା କମିବ !

ନୂଆଦିଲ୍ଲୀ : ନଭେମ୍ବର-ଡିସେମ୍ବରରେ ୫ ରାଜ୍ୟରେ ବିଧାନସଭା ନିର୍ବାଚନ। ଏହାପୂର୍ବରୁ ଦୀପାବଳି। ଏହି ସମୟରେ ପେଟ୍ରୋଲ ଓ ଡିଜେଲ ଦାମ କମିବ। କେନ୍ଦ୍ର ସରକାର ଲିଟର ପିଛା ୩ରୁ ୫ ଟଙ୍କା ହ୍ରାସ କରିବେ ବୋଲି ଜେଏମ ଫାଇନାନ୍ସିଆଲ ଇନଷ୍ଟିଚ୍ୟୁସନାଲ ସିକ୍ୟୁରିଟିଜ୍‌ ରିପୋର୍ଟରେ ଏହି ଦାବି କରିଛି।

ଖବର ଅନୁଯାୟୀ ଗତବର୍ଷ ଡିସେମ୍ବରରେ କେନ୍ଦ୍ର ସରକାର ତୈଳ ଦାମ ହ୍ରାସ କରିଥିଲେ। କିନ୍ତୁ ଏହାପରେ ପର୍ଯ୍ୟାୟକ୍ରମେ ତୈଳ ବଢ଼ି ଚାଲିଥିଲା। ହେଲେ ଗତ ସପ୍ତାହରେ କେନ୍ଦ୍ର ସରକାର ୧୪.୨ କେଜି ଏଲପିଜି ସିଲିଣ୍ଡର ପିଛା ୨୦୦ ଟଙ୍କା ହ୍ରାସ କରିବାରୁ ୩୩୦ ମିଲିୟନ ଗ୍ରାହକ ଉପକୃତ ହୋଇଛନ୍ତି। ଅନ୍ୟପକ୍ଷରେ ଏହି ମୂଲ୍ୟ ହ୍ରାସ ଯୋଗୁ ସରକାରଙ୍କ ଉପରେ ଅତିରିକ୍ତ ଋଣ ବୋଝ ପଡ଼ିଛି। ଯଦି ନିର୍ବାଚନକୁ ଦୃଷ୍ଟିରେ ରଖି ପେଟ୍ରୋଲ ଓ ଡିଜେଲର ଦାମ ହ୍ରାସ କରାଯାଏ ସରକାରଙ୍କୁ ଆହୁରି ଅଧିକ ରାଜସ୍ୱ କ୍ଷତି ସହିବାକୁ ପଡ଼ିବ।

Leave a Reply

Your email address will not be published. Required fields are marked *

Back to top button