ପିପିଲି ଉପନିର୍ବାଚନ ପାଇଁ ବିଜେଡିର ଷ୍ଟାର ପ୍ରଚାରକ ତାଲିକା ଘୋଷଣା

ଭୁବନେଶ୍ୱର : ପିପିଲି ଉପନିର୍ବାଚନ ପାଇଁ ବିଜେଡି ୨୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି। ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ପିପିଲି ପ୍ରଚାର ମୈଦାନକୁ ଓହ୍ଲାଇବ ବିଜେଡି। ନବୀନଙ୍କ ସମେତ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମହେଶ୍ୱର ମହାନ୍ତି, ଦେବୀ ପ୍ରସାଦ ମିଶ୍ର, ପିନାକୀ ମିଶ୍ର, ପ୍ରତାପ କେଶରୀ ଦେବ, ଅତନୁ ସବ୍ୟସାଚୀ ନାୟକ, ପ୍ରମିଳା ମଲ୍ଲିକ, ସଞ୍ଜୟ ଦାସବର୍ମା, ସମୀର ରଞ୍ଜନ ଦାଶ, ସୁଶାନ୍ତ ସିଂ, ସ୍ନେହାଙ୍ଗିନୀ ଛୁରିଆ, ପ୍ରୀତିରଞ୍ଜନ ଘଡାଇ, ଉମାକାନ୍ତ ସାମନ୍ତରାୟ, ପ୍ରଣବ ବଳବନ୍ତରାୟ, ବେମ୍ୟୋକେଶ ରାୟ, ବିଭୂତି ବଳବନ୍ତରାୟ, ତୁଷାରକାନ୍ତି ବେହେରା, ଦେବୀ ରଞ୍ଜନ ତ୍ରିପାଠୀ ଓ ସୁଧୀର ରଞ୍ଜନ ସାମଲଙ୍କୁ ଏହି ତାଲିକାରେ ସାମିଲ କରାଯାଇଛି।

ଆସନ୍ତା ୩୦ ତାରିଖରେ ପିପିଲି ଉପ-ନିର୍ବାଚନ ପାଇଁ ଭୋଟ। ସେପ୍ଟେମ୍ବର ୨୦ରୁ ପ୍ରଚାର ଆରମ୍ଭ ହେବ। ତେଣୁ ହାତରେ କମ ସମୟ ଥିଲେ ହେଁ ବିଜେଡି ଷ୍ଟାର ପ୍ରଚାରକ ତାଲିକାରେ ଯୁବ ଓ ଅନୁଭବୀ ନେତାଙ୍କୁ ସାମିଲ କରିଛି। ପୂର୍ବରୁ ପିପିଲି ବିଜେଡିର ଗଡ ରହି ଆସିଥିବା ବେଳେ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ଏଠାରେ ଉପ-ନିର୍ବାଚନ ହେବାକୁ ଯାଉଛି । ଗତ ନିର୍ବାଚନରେ ବିଜେପି ଏଠାରେ ବିଜେଡିକୁ କଡା ଟକ୍କର ଦେଇଥିବାରୁ ଉପ-ନିର୍ବାଚନର ଫଳାଫଳ ଉପରେ ସମସ୍ତଙ୍କର ନଜର ରହିଛି।

Leave a Reply

Your email address will not be published. Required fields are marked *

Back to top button