ପ୍ରକାଶ ପାଇଲା +୩ କଟ୍‌ ଅଫ୍‌ ମାର୍କ

ଭୁବନେଶ୍ୱର : ପ୍ରକାଶ ପାଇଲା ଯୁକ୍ତ ୩ ନାମଲେଖା ପାଇଁ କଟ୍‌ ଅଫ୍‌ ମାର୍କ। ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇବା ପାଇଁ ୧,୬୮,୫୩୭ଜଣ ଛାତ୍ରଛାତ୍ରୀ ଚୟନ ହୋଇଛନ୍ତି। ରାଜ୍ୟର ଯୁକ୍ତ ୩ କଲେଜ ଗୁଡ଼ିକରେ ମୋଟ୍‌ ୧,୪୯, ୫୩୯ ସିଟ୍‌ ଥିବାବେଳେ ୨,୪୪,୨୫୨ ଜଣ ପିଲା ଆବେଦନ କରିଛନ୍ତି।

ଯୁକ୍ତ ୩ ନାମଲେଖା ପାଇଁ ଛାତ୍ରଛାତ୍ରୀମାନେ ଅଗଷ୍ଟ ୨୦ ତାରିଖ ସକାଳ ୧୧ଟାରୁ ସେପ୍ଟେଟର ୪ ତାରିଖ ରାତି ୧୧ଟା ୪୫ ମିନିଟ୍‌ ଯାଏଁ ଅନଲାଇନ୍‌ ଆବେଦନ କରିଥିଲେ। ପୂର୍ବ ସୂଚନା ଅନୁସାରେ ଗୁରୁବାର ପ୍ରକାଶ ପାଇଥିବା ପ୍ରଥମ ମେରିଟ୍‌ ଲିଷ୍ଟ ଅନୁଯାୟୀ ଛାତ୍ରଛାତ୍ରୀମାନେ ସେପ୍ଟେମ୍ବର ୯ରୁ ୧୪ ତାରିଖ ରାତି ୧୧ଟା ୪୫ ମିନିଟ୍‌ ଯାଏଁ ଯାଏଁ ସାମ୍‌ସ ପୋର୍ଟାଲରେ ଅନଲାଇନ୍‌ ଫି ଦାଖଲ କରିପାରିବେ। ଏହାପରେ ପ୍ରଥମ ପର୍ଯ୍ୟାୟର ଆଡମିସନ୍‌ ପ୍ରକ୍ରିୟା ସେପ୍ଟେମ୍ବର ୧୬ ତାରିଖରେ ଶେଷ ହେବ। ସେପ୍ଟେଟର ୨୧ରେ ଦ୍ୱିତୀୟ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବ।

Leave a Reply

Your email address will not be published. Required fields are marked *

Back to top button