ପୁରୁଷଙ୍କ ବିରୁଦ୍ଧରେ ଟ୍ୱିଟ ପାଇଁ ମହିଳାଙ୍କୁ ୫ ମାସ ଜେଲ
ନୂଆଦିଲ୍ଲୀ : ପୁରୁଷଙ୍କ ବିଷୟରେ ଟ୍ୱିଟ୍ କରିଥିବାରୁ ତୁର୍କୀର ଜଣେ ମହିଳାଙ୍କୁ ପାଞ୍ଚ ମାସ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। କୋର୍ଟ ଏହି ଟ୍ୱିଟକୁ ପୁରୁଷଙ୍କ ପ୍ରତି ଅପମାନ ବୋଲି ବିବେଚନା କରିଛନ୍ତି।
ଖବର ଅନୁଯାୟୀ ପୁରୁଷମାନଙ୍କୁ ଅପମାନିତ କରି ଟ୍ୱିଟ୍ କରିଥିବାରୁ ୩୪ ବର୍ଷିୟ ପିନାର ୟିଲଡିରିମଙ୍କୁ ପାଞ୍ଚ ମାସ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଯଦି ସେ ମାମଲା ହାରନ୍ତି ତେବେ ତାଙ୍କୁ ଜେଲ ଯିବାକୁ ପଡ଼ିବ। ପିନାର ୟିଲଡିରିମ ଦାବି କରିଛନ୍ତି ତାଙ୍କ ଟ୍ୱିଟରେ ଟ୍ୟାମ୍ପରିଂ କରାଯାଇଛି। ସେ କହିଛନ୍ତି ମୁଁ କେବେବି ଆଇ ଡୋଣ୍ଟ ଲାଇକ୍ ମ୍ୟାନ୍’ ଲେଖି ନାହିଁ। ମୁଁ ଟୁଇଟ୍ କରିଥିଲି ଆଇ ଷ୍ଟିଲ୍ ଲାଇକ୍ ମ୍ୟାନ୍ ଯାହାକୁ ପରିବର୍ତ୍ତିତ କରାଯାଇଛି। ପୁରୁଷଙ୍କ ପ୍ରତି ଅପମାନ ବୋଲି ମୁଁ ଯେଉଁ ଟୁଇଟ୍ କରିଛି ତାହା ମୋର ନୁହେଁ। ମୁଁ ଏହାକୁ ଶୀଘ୍ର ପ୍ରମାଣ କରିବି। ଏଥି ସହିତ ସେ କହିଛନ୍ତି ଟ୍ୱିଟ ପାଇଁ ମୋତେ ଜେଲକୁ ପଠାଇବା ଅନ୍ୟାୟ।