ମୋଦୀ ସାଙ୍ଗିଆ ମାମଲା : ରାହୁଲଙ୍କ ବିରୋଧରେ ସୁପ୍ରିମକୋର୍ଟରେ କ୍ୟାଭିଏଟ୍ ଦାଖଲ

ନୂଆଦିଲ୍ଲୀ : ମୋଦୀ ସାଙ୍ଗିଆ ମନ୍ତବ୍ୟ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଅଭିଯୋଗକାରୀ ବିଜେପି ବିଧାୟକ ପୂର୍ଣ୍ଣେଶ ମୋଦୀ ସୁପ୍ରିମ୍କୋର୍ଟରେ କ୍ୟାଭିଏଟ୍ ଦାଖଲ କରିଛନ୍ତି।
ଉଲ୍ଲେଖଯୋଗ୍ୟ ଗୁଜରାଟ ହାଇକୋର୍ଟର ଏକକ ଖଣ୍ଡପୀଠ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ଉପରେ ରୋକ ଲଗାଇବା ପାଇଁ ରାହୁଲ ଗାନ୍ଧୀଙ୍କ ଆବେଦନକୁ ଜୁଲାଇ ୭ରେ ଖାରଜ କରି ଦେଇଥିଲେ। ସୁପ୍ରିମ୍କୋର୍ଟ ୱେବସାଇଟ୍ ଅନୁଯାୟୀ ପୂର୍ଣ୍ଣେଶ ମୋଦୀ ସେହିଦିନ ତାଙ୍କ ଓକିଲ ପିଏସ୍ ସୁଧୀରଙ୍କ ଜରିଆରେ ସୁପ୍ରିମ୍କୋର୍ଟରେ ଏହି କ୍ୟାଭିଏଟ୍ ଦାଖଲ କରିଥିଲେ। ନିମ୍ନ ଅଦାଲତଙ୍କ ଆଦେଶ କିମ୍ବା ରାୟକୁ ଚ୍ୟାଲେଞ୍ଜ କରୁଥିବା କୌଣସି ପ୍ରତିଦ୍ୱନ୍ଦ୍ୱୀଙ୍କ ଆବେଦନ ଉପରେ ଯଦି କୌଣସି ଆଦେଶ ଦିଆଯାଏ ତେବେ ଶୁଣାଣି କରିବାର ସୁଯୋଗ ପାଇଁ ଆବେଦନକାରୀ ଆପିଲେଟ୍ ଅଦାଲତରେ କ୍ୟାଭିଏଟ୍ ଦାଖଲ କରନ୍ତି।