ପତ୍ନୀକୁ ସନ୍ଦେହ କରି ଡାମ୍ଫଣରେ ଆକ୍ରମଣ

ନୂଆଦିଲ୍ଲୀ : ବୟଫ୍ରେଣ୍ଡ୍‌ ସହିତ ପତ୍ନୀର ଅଶ୍ଳୀଳ ଭିଡିଓ ପର୍ଣ୍ଣ ସାଇଟରେ ଥିବା ସନ୍ଦେହ କରୁଥିଲେ ସ୍ଵାମୀ ହରେଶ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ହେଉଥିବା କଳିଝଗଡ଼ା ଆକ୍ରମଣ ପର୍ଯ୍ୟନ୍ତ ଯାଇଛି। ଡାମ୍ଫଣରେ ଆକ୍ରମଣ ଯୋଗୁ ପତ୍ନୀ ଗୀତା ଭୂପକାର ଓ ଝିଅ ଅନୁଶ୍ରୀ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି।

ଖବର ଅନୁଯାୟୀ ଘଟଣାଟି ଘଟିଛି ରାଜକୋଟରେ। ପୀଡିତ ଗୀତା କହିଛନ୍ତି ସ୍ୱାମୀ ହରେଶ ମାର୍କେଟିଂରେ କାମ କରନ୍ତି। କିଛିଦିନ ପୂର୍ବରୁ ନୂଆ ମୋବାଇଲ କିଣିବା ପରେ ସେ ପର୍ଣ୍ଣ ଭିଡିଓ ଦେଖିବା ଆରମ୍ଭ କରିଥିଲେ। ଏହା ତାଙ୍କର କୁଅଭ୍ୟାସରେ ପଡ଼ିଯାଇଛି। ପତ୍ନୀ ପର୍ଣ୍ଣ ଭିଡିଓରେ ଥିବାନେଇ ସେ ଘରେ ପାଟିତୁଣ୍ଡ କରୁଥିଲେ। ଘରେ ଦୁଇ ପୁଅ ଓ ଝିଅ ଥିଲେ ମଧ୍ୟ ଏହି କଥାକୁ ନେଇ ଉଭୟଙ୍କ ମଧ୍ୟରେ କଳିଗୋଳ ହୋଇଥିଲା। ଏଥିରେ ଅତିଷ୍ଠ ହୋଇ ଗୀତା ଗତ ସପ୍ତାହରେ ଥାନାରେ ସ୍ଵାମୀଙ୍କ ନାଁ’ରେ ଅଭିଯୋଗ କରିଥିଲେ। ପୋଲିସ୍ ବୁଝାସୁଝା କରିବାରୁ ଉଭୟ ଘରକୁ ଫେରିଥିଲେ।

ମଙ୍ଗଳବାର ରାତିରେ ଗୀତା ଶୋଇଥିବା ସମୟରେ ହରେଶ ତାଙ୍କୁ ଡାମ୍ଫଣରେ ଅତର୍କିତ ଆକ୍ରମଣ କରିଥିଲା। ଫଳରେ ଗୀତାଙ୍କ ପେଟ, ହାତ ଓ ଗୋଟିଏ ଗୋଡ଼ରେ ଭୀଷଣ ଆଘାତ ଲାଗିଛି। ମା’କୁ ରକ୍ଷା କରିବାକୁ ଝିଅ ଆସିବାରୁ ତାକୁ ମଧ୍ୟ ହରେଶ ଆକ୍ରମଣ କରିଥିଲା। ଉଭୟ ରାଜକୋଟ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ହରେଶକୁ ପୋଲିସ ଗିରଫ କରିଛି।

Leave a Reply

Your email address will not be published. Required fields are marked *

Back to top button