ମୃତ୍ୟୁକାଳୀନ ଜମାନବନ୍ଦୀ ମିଛ ହୋଇପାରେ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ମୃତ୍ୟୁକାଳୀନ ଜମାନବନ୍ଦୀଙ୍କୁ ନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। କୋର୍ଟ କଇଛନ୍ତି ଦଣ୍ଡିତ କରିବା ପାଇଁ କେବଳ ପୀଡିତଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀକୁ ମୁଖ୍ୟ ଆଧାର କରାଯାଇ ପାରିବ ନାହିଁ।

ଖବର ଅନୁଯାୟୀ ମୃତ୍ୟୁକାଳୀନ ଜମାନବନ୍ଦୀ ଆଧାରରେ ଅନେକ ସମୟରେ କୋର୍ଟ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଥାନ୍ତି। ହେଲେ ସୁପ୍ରିମକୋର୍ଟ ବିଚାରପତି ବିଆର ଗୱାଇ, ଜେବି ପାର୍ଦିୱାଲ , ଓ ପ୍ରଶାନ୍ତ କୁମାର ମିଶ୍ରଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠ କହିଛନ୍ତି କେବଳ ପୀଡିତଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀକୁ ମୁଖ୍ୟ ଆଧାର କରାଯାଇ ଦଣ୍ଡିତ କରିବା ପାଇଁ ପାରିବ ନାହିଁ। ବୟାନର ସତ୍ୟତାକୁ ନେଇ କୌଣସି ସନ୍ଦେହ ହେଲେ ତାହାକୁ କେବଳ ଏକ ପ୍ରମାଣ ଭାବେ ଗ୍ରହଣ କରାଯିବ। କାରଣ
ମୃତ୍ୟୁ ଶଯ୍ୟାରେ ଥିବା ଜଣେ ବ୍ୟକ୍ତି ମିଛ କହିବ ନାହିଁ ବୋଲି ଧରିନେବା ଉଚିତ୍ ନୁହେଁ। ଜମାନବନ୍ଦୀକୁ ସତ ବୋଲି ଧରିନେବା ସମୟରେ ତାହା ସମ୍ପୂର୍ଣ୍ଣ ଭାବେ ବିଶ୍ୱାସଯୋଗ୍ୟ ହେବା ଉଚିତ୍। କିନ୍ତୁ ଦୋଷୀ ସାବ୍ୟସ୍ତ ଓ ଅଭିଯୁକ୍ତକୁ ଦଣ୍ଡିତ କରିବା ପାଇଁ ଏକମାତ୍ର ଭିିତ୍ତି ହୋଇପାରିବନି। ଜମାନବନ୍ଦୀ
ହତ୍ୟାର ଶିକାର ହୋଇଥିବା ବ୍ୟକ୍ତି ମାନସିକ ସ୍ତରରେ ଯେତେବେଳେ ଠିକ୍ ଥିବେ ସେତିକି ବେଳେ ଗ୍ରହଣ କରାଯାଇପାରିବ।

ସୂଚନାଯୋଗ୍ୟ ୨୦୧୪ ମସିହାରେ ତ୍ରିପିଲ ମର୍ଡର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ ଜେଲ ଦଣ୍ଡ ପାଇଥିବା ଜଣେ ବ୍ୟକ୍ତିଙ୍କ ମାମଲାର ଶୁଣାଣି କରି କୋର୍ଟ ଏହି ରାୟ ଦେଇଛନ୍ତି। ପ୍ରି୍ରମକୋର୍ଟ ତଳ କୋର୍ଟର ରାୟକୁ ଖାରଜ କରିବା ସହ ଅଭିଯୁକ୍ତକୁ ତୁରନ୍ତ ଖଲାସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କାରଣ ୮୦ ପ୍ରତିଶତ ପୋଡିଯାଇଥିବାରୁ ପୀଡିତଙ୍କ ମାନସିକ ସ୍ଥିତି ଠିକ୍ ନଥିବା ଓକିଲ ଦର୍ଶାଇଥିଲେ।

Leave a Reply

Your email address will not be published. Required fields are marked *

Back to top button