କୋଇଲା ଭାଟିରୁ କିଶୋରୀଙ୍କ ଦଗ୍ଧ ମୃତଦେହ ମିଳିଲା
ନୂଆଦିଲ୍ଲୀ : ରାଜସ୍ଥାନର ଭିଲୱାରା ଜିଲ୍ଲାରେ ଜଣେ କିଶୋରଙ୍କ ଦଗ୍ଧ ମୃତଦେହ କୋଇଲା ଭାଟିରୁ ମିଳିଛି। ସେଠାରେ ଦଗ୍ଧ ମୃତଦେହର କିଛି ଅଂଶ, ଚପଲ ଓ ବ୍ରେସଲେଟ୍ ମିଳିବା ପରେ ହତ୍ୟା ସନ୍ଦେହ କରାଯାଉଛି।
ଖବର ଅନୁଯାୟୀ ପୋଲିସ କହିଛି ବୁଧବାର ସକାଳେ କିଶୋରୀ ଜଣଙ୍କ ମା’ଙ୍କ ସହ ମେଣ୍ଢା ଚରାଇବାକୁ ଯାଇଥିଲେ। ମଧ୍ୟାହ୍ନରେ ମା’ ଘରକୁ ଫେରିଥିଲେ। କିନ୍ତୁ ଅପରାହ୍ନ ପର୍ଯ୍ୟନ୍ତ ଝିଅ ଆଉ ଫେରି ନଥିଲା। ଏହାଜାଣିବା ପରେ ସମ୍ପର୍କୀୟ ଓ ଗାଁ ଲୋକେ ଝିଅକୁ ଖୋଜିଥିଲେ ହେଁ କୌଣସି ପତ୍ତା ମିଳି ନଥିଲା। ପୋଲିସ ସୂଚନା ପାଇ ପରିବାର ଲୋକଙ୍କ ସହ ମିଶି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। ଗୋଟିଏ ଖୋଲା କୋଇଲା ଭାଟି ନିକଟରୁ କିଶୋରୀଙ୍କ ବ୍ରେସଲେଟ ଓ ସ୍ଲିପର ମିଳିଥିଲା। ଭାଟି ଭିତରୁ ଉଦ୍ଧାର କରାଯାଇଥିଲା ମୃତଦେହ। ପ୍ରାଥମିକ ତଦନ୍ତରୁ ପୋଲିସ ସନ୍ଦେହ କରୁଛି ଝିଅଟିକୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟରୁ ସତ ସାମ୍ନାକୁ ଆସିବ ବୋଲି ପୋଲିସ ଅଧିକାରୀ କହିଛନ୍ତି।