ରୁଷର ରକେଟ ମାଡ଼ରେ ୪୮ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ୟୁକ୍ରେନର କୁପିଆନସ୍କର ଗୋଟିଏ ଗ୍ରୋସରୀ ଦୋକାନ ଉପରେ ରୁଷ ରକେଟ ମାଡ଼ କରିବାରୁ ୪୮ ଜଣଙ୍କ ମୃତ୍ୟୁ ଘଟିଛି। ଅନେକ ଆହତ ହୋଇଥିବା ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଦମିର ଜେଲେନସ୍କି କହିଛନ୍ତି।

ଖବର ଅନୁଯାୟୀ ଖାରକିଭ ରିଜନ ମିଲିଟାରୀ ଆଡମିନଷ୍ଟ୍ରେସନ ମୁଖ୍ୟ ଓଲେହ ସୟାନେହୁବୋଭ କହିଛନ୍ତି ରୁଷ ସେନା ଗ୍ରୋଜନାଠାରେ ଥିବା ଗୋଟିଏ କାଫେ ଓ ଦୋକାନ ଉପରେ ଆକ୍ରମଣ କରିଛି। ଆଜି ପ୍ରାୟ ୧.୧୫ରେ ଏହି ଆକ୍ରମଣ ହୋଇଥିବାରୁ ଅନେକ ସାଧାରଣ ଲୋକଙ୍କ ଜୀବନ ଯାଇଛି। ଉଦ୍ଧାରକାରୀ ଦଳ କାମରେ ଲାଗିଥିବା ବେଳେ ଧ୍ୱଂସାବଶେଷ ତଳୁ ଜଣେ ୬ ବର୍ଷୀୟ ଶିଶୁଙ୍କ ସମେତ ୪୮ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେହିପରି ଜଣେ ଶିଶୁଙ୍କ ସମେତ ୬ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉଦ୍ଧାରକାର୍ଯ୍ୟ ଜାରି ରହିଛି।

Leave a Reply

Your email address will not be published. Required fields are marked *

Back to top button