ଫିଲ୍ମ ପ୍ରଯୋଜକ ଟୁଟୁ ନାୟକଙ୍କୁ ଜାମିନ

ଭୁବନେଶ୍ୱର : ମହିଳା ସାମ୍ବାଦିକଙ୍କୁ ମାଡ଼ ମାରିବା ଅଭିଯୋଗରେ ପ୍ରଯୋଜକ ଟୁଟୁ ଓରଫ୍ ସଞ୍ଜୟ ନାୟକ ଗିରଫ ହୋଇଥିଲେ। ଆଜି ଭୁବନେଶ୍ଵର ଏସଡିଜେଏମ୍ କୋର୍ଟରୁ ତାଙ୍କୁ ଜାମିନ ମିଳିଛି। ୫୦ ହଜାର ଟଙ୍କା ଓ ଜଣେ ଜାମିନଦାରଙ୍କ ବଦଳରେ କୋର୍ଟ ଜାମିନ ଦେଇଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ ମହିଳା ସାମ୍ବାଦିକ ଦେବସ୍ମିତା ରାଉତଙ୍କୁ ମାଡ଼ ସହିତ ଅସଦାଚରଣ କରିବା ଅଭିଯୋଗରେ ପ୍ରଯୋଜକ ଟୁଟୁ ନାୟକଙ୍କୁ ଖାରବେଳନଗର ଥାନା ପୋଲିସ ଗିରଫ କୋର୍ଟ ଚାଲାଣ କରିଥିଲା। କୋର୍ଟ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ।