ପ୍ଲାଟିନମ ଖଣିରେ ଲିଫ୍ଟ ଛିଡ଼ି ୧୧ ଶ୍ରମିକ ମୃତ
ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକା ରୁଷ୍ଟେନବର୍ଗର ଏକ ପ୍ଲାଟିନମ ଖଣିରେ ଲିଫ୍ଟ ଦଉଡି ଛିଣ୍ଡିଯିବାରୁ ୧୧ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୭୫ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ଶ୍ରମିକଙ୍କ ପ୍ରତି ସମବେଦନା ଜଣାଉଛି।
ଖବର ଅନୁଯାୟୀ ସୋମବାର ଅପରାହ୍ନରେ ଜୋହାନ୍ସବର୍ଗର ଉତ୍ତର-ପଶ୍ଚିମ ରୁସ୍ତେନବର୍ଗରେ ଥିବା ପ୍ଲାଟିନମ ଖଣିରେ ଶ୍ରମିକମାନେ ଶିଫ୍ଟ ଶେଷରେ ଶାଫ୍ଟରୁ ବାହାରକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଇମ୍ପାଲା ପ୍ଲାଟିନମ୍ ହୋଲ୍ଡିଂସ୍ (ଇମ୍ପ୍ଲାଟସ୍) କମ୍ପାନୀର ସିଇଓ ନିକୋ ମଲ୍ଲର୍ କହିଛନ୍ତି ଆମ ସହକର୍ମୀଙ୍କ ବିୟୋଗରେ ଖୁବ୍ ଦୁଃଖିତ। ସେମାନଙ୍କ ପରିବାର ସହ ଯୋଗୋଯୋଗରେ ରହିଛୁ। ଆହତଙ୍କୁ ଚିକିତ୍ସା ଯୋଗାଇ ଦେବାକୁ ସମସ୍ତ ବନ୍ଦୋବସ୍ତ କରାଯାଇଛି।