ତାଲିବାନ-ହକ୍କାନୀ ନେଟ୍‌ଓ୍ୱାର୍କ ମଧ୍ୟରେ ଗୁଳି : ମୁଲ୍ଲା ବରାଦର ଆହତ

କାବୁଲ : କ୍ଷମତା ପାଇଁ ଆଫଗାନିସ୍ତାନରେ ସଂଘର୍ଷ। ତାଲିବାନ ଓ ହକ୍କାନୀ ନେଟ୍ ୱର୍କ ମଧ୍ୟରେ ଗୁଳିମାଡ ଯୋଗୁ ତାଲିବାନ ମୁଖ୍ୟ ମୁଲ୍ଲା ବରାଦର ଆହତ ହୋଇଥିବା ସୂଚନା ମିଳିଛି। ପାକିସ୍ତାନର ଏକ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି। ଅନ୍ତର୍ଜାତୀୟ ଚାପ ପଡୁଥିବାରୁ ନୂଆ ସରକାର ଘୋଷଣା ବିଳମ୍ବିତ ହେଉଛି।

ଅନ୍ୟପକ୍ଷରେ ଅନ୍ତର୍ଜାତୀୟ ଚାପ ବଢ଼ିବାରୁ ତାଲିବାନ ସରକାର ଘୋଷଣା ପ୍ରକ୍ରିୟାକୁ ସପ୍ତାହକ ପାଇଁ ସ୍ଥଗିତ ରଖିଛି। ବିଭିନ୍ନ ଅଂଚଳରେ ବିଦ୍ରୋହୀ ଗୋଷ୍ଠୀ ସକ୍ରିୟ ହୋଇଉଠିଥିବାରୁ ତରବରିଆ ଭାବେ ସରକାର ଘୋଷଣା ସମସ୍ୟା ବଢ଼ାଇବ ବୋଲି ତାଲିବାନ ନେତାମାନେ ଆଶଙ୍କା କରୁଛନ୍ତି। ତାଲିବାନର ସହ-ପ୍ରତିଷ୍ଠାତା ମୁଲ୍ଲା ବରାଦର ଚାହୁଁଛନ୍ତି ସଂଖ୍ୟାଲଘୁ ସମ୍ପ୍ରଦାୟ ସରକାରରେ ଯୋଗ ଦିଅନ୍ତୁ। କିନ୍ତୁ ଡେପୁଟି ନେତା ସିରାଜୁଦ୍ଦିନ ଓ ତାଙ୍କ ଗୋଷ୍ଠୀ ହକ୍କାନୀ ନେଟୱାର୍କ କାହା ସହ କ୍ଷମତା ବାଣ୍ଟିବାକୁ ଚାହୁଁନଥିବାରୁ ଏହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ଏଭଳି ସଂଘର୍ଷମୟ ପରିସ୍ଥିତିରେ ନିଆଁରେ ଘିଅ ଢ଼ାଳୁଛି ପାକିସ୍ତାନ। ପାକିସ୍ତାନର ଗୁପ୍ତ ଏଜେନ୍ସି ଆଇଏସ୍ ଆଇର ପ୍ରମୁଖ ଲେଫ୍ଟନାଣ୍ଟ ଜେନରାଲ ଫେଜ ହମିଦ କାବୁଲରେ ଅଛନ୍ତି। ସେ ଦୁଇଦଳ ମଧ୍ୟରେ ସମାଧାନ କରି ହକ୍କାନୀ ନେଟୱର୍କ ସପକ୍ଷରେ ଯେପରି ସରକାର ଗଠନ କରିପାରିବେ ସେଥିପାଇଁ ଚେଷ୍ଟା ଚଳାଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button