ଦଶମନ୍ତପୁର ଥାନା ଅଧିକାରୀଙ୍କୁ ଧରିଲା ଭିଜିଲାନ୍ସ

ଭୁବନେଶ୍ୱର : ମାମଲା ରଫାଦଫା ପାଇଁ ୮ ହଜାର ଟଙ୍କା ଲାଞ୍ଚ ନେଉଥିବାଦଶମନ୍ତପୁର ଥାନା ଅଧିକାରୀ ଚନ୍ଦ୍ରଭାନୁ ମହାନ୍ତିଙ୍କୁ ଭିଜିଲାନ୍ସ ଧରିଛି। ତାଙ୍କୁ ଗିରଫ କରାଯାଇଥିବା ବେଳେ ପୋଲିସ ଡିଜି ନିଲମ୍ବନ କରିଛନ୍ତି।
ଖବର ଅନୁଯାୟୀ ୨୦୨୨ ପଞ୍ଚାୟତ ନିର୍ବାଚନ ସମୟରେ ଦଶମନ୍ତପୁର ବ୍ଲକ୍ ଗାଦିଆଗୁଡ଼ା ଗ୍ରାମର ମହେଶ୍ଵର ସାଉଁନ୍ତା ପି. ବେଡ଼ାପଦର ପଞ୍ଚାୟତରୁ ସମିତିସଭ୍ୟ ପ୍ରାର୍ଥୀ ହୋଇଥିଲେ। ନିର୍ବାଚନ ସମୟରେ ମହେଶ୍ଵର ଏସ୍. ତୋଟାଗୁଡା ଗ୍ରାମର ବିରଞ୍ଚି ଖୋସଲାଙ୍କ ନିକଟରୁ ୨୦ ହଜାର ଟଙ୍କା ବାକି ଆଣିଥିଲେ। ପରବର୍ତ୍ତୀ ସମୟରେ ଟଙ୍କା ଫେରସ୍ତକୁ ନେଇ ବିରଞ୍ଚି ଓ ମହେଶ୍ଵରଙ୍କ ମଧ୍ୟରେ ବଚସା ହୋଇଥିଲା। ବିରଞ୍ଚି ଦଶମନ୍ତପୁର ଥାନାରେ ମହେଶ୍ଵରଙ୍କ ନାମରେ ଅଭିଯୋଗ କରିଥିଲେ। ପୋଲିସ ଉଭୟଙ୍କୁ ଥାନାକୁ ଡକାଇ ମାମଲା ରଫାଦଫା କରିବାକୁ ବିରଞ୍ଚିଙ୍କୁ ୧୩ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ପୂର୍ବରୁ ପୋଲିସ ୫ ହଜାର ସେଇସାରିଥିବା ବିରଞ୍ଚି ବେଳେ ବାକି ୮ ହଜାର ଟଙ୍କା ଦେବାକୁ ଆଜି ଥାନାକୁ ଯାଇଥିଲେ। ଏହା ପୂର୍ବରୁ ସେ ଜୟପୁର ଭିଜିଲାନ୍ସ ଟିମ୍କୁ ଅବଗତ କରିଥିଲେ। ଭିଜିଲାନ୍ସ ଟିମ୍ ପ୍ରସ୍ତୁତ ଥିଲା। ଥାନା ଅଧିକାରୀ ଶ୍ରୀ ମହାନ୍ତିଙ୍କ ନିର୍ଦ୍ଦେଶରେ ଏଏସ୍ଆଇ ଦୀପ୍ତି ହୀରା ବିରଞ୍ଚିଙ୍କ ନିକଟରୁ ୮ ହଜାର ଟଙ୍କା ଗ୍ରହଣ କରିଥିଲେ। ଦୀପ୍ତି ଟଙ୍କା ନେବା କ୍ଷଣି ଭିଜିଲାନ୍ସ ଟିମ୍ ଚଢ଼ଉ କରି ୮ ହଜାର ଟଙ୍କା ସହ ଉଭୟ ଅଧିକାରୀଙ୍କୁ କାବୁ କରିଥିଲେ।