ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ
ଭୁବନେଶ୍ଵର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଫସିଲେ ସାଲେପୁର ସବ୍ ଡିଭିଜନ୍ର ଆସିଷ୍ଟାଣ୍ଟ ଇଞ୍ଜିନିୟର ଅର୍ଜୁନ କୁମାର ସାହୁ। ଭିଜିଲାନ୍ସ ଟିମ୍ ଏକାକାଳୀନ ୮ଟି ସ୍ଥାନରେ ଚଢ଼ଉ କରିଥିବା ଜଣାପଡିଛି।
ଖବର ଅନୁଯାୟୀ ଗ୍ରାମ୍ୟ ଉନ୍ନୟନ ବିଭାଗର ଆସିଷ୍ଟାଣ୍ଟ ଇଞ୍ଜିନିୟର ଅର୍ଜୁନ କୁମାର ସାହୁଙ୍କ ଖଣ୍ଡଗିରି ଧର୍ମବିହାର ଘରେ ଭିଜିଲାନ୍ସ ଟିମ୍ ତଦନ୍ତ କରୁଛି। ଏଥିସହ କେନ୍ଦ୍ରାପଡା ଡେରାବିଶ ତହସିଲର ସଦାନନ୍ଦପୁର ବିଲ୍ଡିଂରେ ରେଡ୍ ଚାଲିଥିବା ବେଳେ କାର୍ଯ୍ୟାଳୟ, କ୍ଵାର୍ଟର, କେନ୍ଦ୍ରାପଡା ସ୍ଥିତ ସମ୍ପର୍କୀୟଙ୍କ ଘର ଓ ପୈତୃକ ଘରେ ମଧ୍ୟ ଚଢ଼ଉ ହୋଇଥିବା ସୂଚନା ମିଇଛି।