କର୍ଣ୍ଣାଟକରେ କଂଗ୍ରେସ ସରକାର ଗଢିବ : ସର୍ଭେ

ନୂଆଦିଲ୍ଲୀ : କର୍ଣ୍ଣାଟକ ବିଧାନସଭା ପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇଛି । ମେ ୧୦ରେ ଗୋଟିଏ ପର୍ଯ୍ୟାୟରେ ଭୋଟିଂ ଓ ୧୩ ତାରିଖରେ ହେବ ଫଳାଫଳ ଘୋଷଣା। ଏହି ନିର୍ବାଚନରେ ତିନି ପ୍ରମୁଖ ରାଜନୈତିକ ଦଳ ବିଜେପି, କଂଗ୍ରେସ ଓ ଜେଡିଏସ ମଧ୍ୟରେ କଡା ମୁକାବିଲା ହେବ। ଏବିପି ନ୍ୟୁଜ୍-ସିଭୋଟର ସର୍ଭେରେ ପୂର୍ବାନୁମାନ କରାଯାଇଛି। କଂଗ୍ରେସ ନିଜ ଦମରେ ବହୁମତ ହାସଲ କରିବା ସହିତ ଏହି ଦଳକୁ ୧୧୫ରୁ ୧୨୭ ଆସନ ମିଳିବାର ସମ୍ଭାବନା ରହିଛି। ସେହିପରି ବିଜେପିକୁ ୬୮ରୁ ୮୦ ସିଟ୍ ଓ ଜେଡିଏସକୁ ୨୩-୩୫ ସିଟ୍ ମିଳିପାରେ ବୋଲି କୁହାଯାଇଛି।

ଉଲ୍ଲେଖଯୋଗ୍ୟ ରାଜ୍ୟର ମୋଟ୍ ବିଧାସନସଭା ଆସନ ସଂଖ୍ୟା ହେଉଛି ୨୨୪। ସରକାର ଗଢିବା ପାଇଁ ୧୧୩ ଆସନ ଦରକାର। ଓପିନିୟନ ପୋଲ୍ ଅନୁଯାୟୀ ଗ୍ରେଟର ବେଙ୍ଗାଲୁରୁରେ କଂଗ୍ରେସ ମୋଟ୍ ୩୨ଟି ଆସନରୁ ୧୫ରୁ ୧୯ , ବିଜେପିକୁ ୧୧ରୁ ୧୫ ଏବଂ ଜେଡିଏସକୁ ଗୋଟିଏରୁ ତିନୋଟି ଆସନ ମିଳିବ ବୋଲି ପୂର୍ବାନୁମାନ କରାଯାଇଛି। ସେହିପରି ପୁରୁଣା ମହୀଶୂରରେ ଜେଡିଏସ ଆଗରେ ରହିବ। ଏଠାରେ ଜେଡିଏସକୁ ୨୬ରୁ ୨୭, କଂଗ୍ରେସକୁ ୨୪ରୁ ୨୮, ବିଜେପିକୁ ମାତ୍ର ଗୋଟିଏରୁ ପାଞ୍ଚ ଆସନ ମିଳିପାରେ। କେନ୍ଦ୍ରୀୟ କର୍ଣ୍ଣାଟକରେ କଂଗ୍ରେସ ୧୮ରୁ ୨୨, ବିଜେପି ୧୨ ରୁ ୧୬ ଏବଂ ଜେଡିଏସକୁ ଗୋଟିଏରୁ ଦୁଇଟି ଆସନରେ ବିଜୟ ଲାଭ କରି ପାରନ୍ତି। ମୁମ୍ବାଇ କର୍ଣ୍ଣାଟକରେ ବିଜେପିକୁ ୨୧ରୁ ୨୫, କଂଗ୍ରେସକୁ ୨୫ରୁ ୨୯ ଏବଂ ଜେଡିଏସକୁ ଶୂନ୍ୟରୁ ଗୋଟିଏ ଆାସନ ମିଳିପାରେ। ହାଇଦ୍ରାବାଦ କର୍ଣ୍ଣାଟକ ପ୍ରାନ୍ତରେ ବିଜେପି ୮ରୁ ୧୨, କଂଗ୍ରେସ ୧୯ରୁ ୨୩ ଏବଂ ଜେଡିଏସ ଗୋଟିଏ ସିଟ୍ ଜିତିବାର ସମ୍ଭାବନା ଥିବା ସର୍ଭେରେ କୁହାଯାଇଛି ।

ରାଜ୍ୟରେ ସବୁଠୁ ପସନ୍ଦର ମୁଖ୍ୟମନ୍ତ୍ରୀ ଭାବେ କାହାକୁ ଦେଖିବାକୁ ଚାହାନ୍ତି ବୋଲି ସର୍ଭେରେ ଲୋକଙ୍କୁ କରାଯାଇଥିବା ପ୍ରଶ୍ନ ଅନୁଯାୟୀ ପ୍ରଥମରେ ଅଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ସିଦ୍ଧରମୈୟା। ତାଙ୍କୁ ମିଳିଛି ୩୯ ପ୍ରତିଶତ ଭୋଟ୍। ୩୧ ପ୍ରତିଶତ ଭୋଟ୍ ସହ ଦ୍ଵିତୀୟରେ ଅଛନ୍ତି ବିଜେପି ନେତା ତଥା ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମଇ। ଜେଡିଏସର କୁମାରସ୍ଵାମୀଙ୍କୁ ୨୧ ପ୍ରତିଶତ ଓ କଂଗ୍ରେସର ଡିକେ ଶିବକୁମାରଙ୍କୁ ଲୋକେ ପ୍ରତିଶତ ଲୋକ ଭେଟ ଦେଇଛନ୍ତି। ଏହାବ୍ୟତୀତ ଛଅ ପ୍ରତିଶତ ଲୋକ ଅନ୍ୟଙ୍କୁ ପସନ୍ଦ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button