କାନ୍ଥଠାରୁ ଫ୍ରିଜ୍ ଦୂରରେ କେତେ ରହିବା ଉଚିତ୍

ପ୍ରାୟତଃ ସମସ୍ତ ଘରେ ରେଫ୍ରିଜରେଟର ରହିଛି। ଅନେକ ଫ୍ରିଜକୁ ରୋଷେଇ ଘରେ ରଖୁଥିବାବେଳେ କେହି ଏହାକୁ ହଲରେ ରଖିଥାନ୍ତି । ଦେଖାଯାଏ ଲୋକମାନେ ଏହାକୁ କାନ୍ଥ ପାଖରେ ରଖିଥାନ୍ତି । କିନ୍ତୁ ଏହା କାନ୍ଥଠାରୁ କେତେ ଦୂରତାରେ ରହିବ ତାହା ଜାଣିବା ଉଚିତ।

ବିଶେଷଜ୍ଞଙ୍କ ମତ ଅନୁଯାୟୀ କାନ୍ଥଠାରୁ ଫ୍ରିଜ୍ ୬-୧୦ ଇଞ୍ଚ ଦୂରରେ ରହିବା ଉଚିତ୍ । କାରଣ ଏହାକୁ ଭିତରୁ ଥଣ୍ଡା ରଖିବା ପାଇଁ ଯେଉଁ ବ୍ୟବସ୍ଥା ରହିଛି ସେହି ପ୍ରକ୍ରିୟା ସମୟରେ ପଛ ଗ୍ରିଲ୍ ମାଧ୍ୟମରେ ଉତ୍ତାପ ବାହାରିଥାଏ । ଯଦି ଆପଣ ଏପରି ନ କରନ୍ତି ତେବେ ଗରମ ପବନ ଭଲ ଭାବେ ବାହାରିପାରିବ ନାହିଁ । ଯେଉଁଥିପାଇଁ ରେଫ୍ରିଜରେଟରକୁ ଥଣ୍ଡା ରଖିବା ପାଇଁ ସମସ୍ୟା ସହିତ ଅଧିକ ବିଦ୍ୟୁତ୍ ଖର୍ଚ୍ଚ ହୋଇଥାଏ ।

ସେଥିପାଇଁ ରେଫ୍ରିଜରେଟରକୁ କାନ୍ଥଠାରୁ ଦୂରରେ ରଖିବା ସହ ହିଟର କିମ୍ବା ଅନ୍ୟ ଉତ୍ତାପ ଉତ୍ସ ନିକଟରେ ନ ରଖିବା ଉଚିତ୍ । ଯଦି ଏଥିପ୍ରତି ଦୃଷ୍ଟି ଦିଆନଯାଏ ତାପମାତ୍ରାରେ ପାର୍ଥକ୍ୟ ଆସିବ, ଯାହା ଫ୍ରିଜରେ ଅଧିକ ଘନୀଭୂତ ହୋଇପାରେ । ଫଳରେ ରେଫ୍ରିଜରେଟର ଭିତରୁ ଓଦା ହୋଇଯିବ ଓ ବରଫ ସୃଷ୍ଟି ହେବ, ଯାହା କୌଣସି ଫ୍ରିଜ୍ ପାଇଁ ଭଲ ନୁହେଁ । ଖୁବଶୀଘ୍ର ଖରାପ ହୋଇଯିବ ।

Leave a Reply

Your email address will not be published. Required fields are marked *

Back to top button