ନିର୍ବାଚନ ପାଇଁ ପୂର୍ବରୁ କଂଗ୍ରେସ ପ୍ରସ୍ତୁତ ଥିଲା : ଶିବକୁମାର

ନୂଆଦିଲ୍ଲୀ :

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଛି । ମେ’ ୧୦ତାରିଖରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ୧୩ ତାରିଖରେ ଭୋଟ୍ ଗଣତି ହେବ। ଏ ସଂପର୍କରେ ପ୍ରତିକ୍ରିୟା ପ୍ରକାଶ କରି ପିସିସି ସଭାପତି ଡିକେ ଶିବକୁମାର କହିଛନ୍ତି ଯେ ତାଙ୍କ ଦଳ ୩ ମାସ ଆଗରୁ ନିର୍ବାଚନ ପାଇଁ ପ୍ରସ୍ତୁତ ଥିଲା ।

ଅନ୍ୟପକ୍ଷରେ ଶିବକୁମାରଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ଲୋକମାନଙ୍କ ଉପରକୁ ନୋଟ୍ ଉଡାଉଥିବାର ଦେଖିବାକୁ ମିଳିଛି । ଭିଡିଓଟି ମଙ୍ଗଳବାର ମାଣ୍ଡ୍ୟା ଜିଲ୍ଲାରେ ହୋଇଥିବା ଡିକେ ଶିବକୁମାରଙ୍କ ପ୍ରଜା ଧ୍ବନି ରାଲିର ବୋଲି କୁହାଯାଉଛି । ଭିଡିଓରେ ଦେଖାଯାଉଛି ଯେ, ସେ ଏହି ରାଲିରେ ଲୋକଙ୍କ ଉପରକୁ ୫୦୦-୫୦୦ ଟଙ୍କିଆ ନୋଟ୍ ଉଡ଼ାଉଛନ୍ତି । କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ପରିଚିତ ଶିବକୁମାର ଶକ୍ତିଶାଳୀ ଭୋକାଲିଗା ସମ୍ପ୍ରଦାୟର ଗଡ଼ କୁହାଯାଉଥିବା ମାଣ୍ଡ୍ୟାରେ ବ୍ୟାପକ ପ୍ରଚାର କରୁଛନ୍ତି । ଏହି ଅଂଚଳ ଜନତା ଦଳ (ସେକ୍ୟୁଲାର)ର ଗଡ଼ ରହିଆସିଛି । ୨୦୧୮ ନିର୍ବାଚନରେ ଜେଡିଏସ୍ ଜିଲ୍ଲାର ୭ଟି ଆସନରେ ବିଜୟୀ ହୋଇଥିଲା। ଏଥର ଏହି ଦୁର୍ଗ ଭେଦ କରିବାକୁ କଂଗ୍ରେସ ଉଦ୍ୟମ କରୁଛି ।

Leave a Reply

Your email address will not be published. Required fields are marked *

Back to top button