ନୂଆ ନିର୍ଦ୍ଦେଶାନାମା ପାଇଁ ଦେଶ ଛାଡୁଛନ୍ତି ରୁଷ ଯୁବକ

ନୂଆଦିଲ୍ଲୀ : ଦୀର୍ଘଦିନ ହେଲା ୟୁକ୍ରେନ-ରୁଷ ମଧ୍ୟରେ ଯୁଦ୍ଧ ଚାଲୁ ରହିଛି। କିନ୍ତୁ ରୁଷିଆ ପକ୍ଷରେ ଆଜି ପର୍ଯ୍ୟନ୍ତ ସଂପୂର୍ଣ୍ଣ ୟୁକ୍ରେନ ଦଖଲ ସମ୍ଭବ ହୋଇପାରିନି। ଏଭଳି ପରିସ୍ଥିତିରେ ରୁଷ ରାଷ୍ଟ୍ରପତିଙ୍କ ନିଷ୍ପତ୍ତି ତାଙ୍କ ଦେଶର ଯୁବକମାନଙ୍କ ଚିନ୍ତାର କାରଣ ହୋଇଛି।
ଖବର ଅନୁଯାୟୀ ୟୁକ୍ରେନର ମୁକାବିଲା କରିବା ପାଇଁ ରୁଷ ରାଷ୍ଟ୍ରପତି ବଡ ନିଷ୍ପତି ନେଇଛନ୍ତି। ସେନାରେ ନୂଆ କରି ୧୮ରୁ ୨୭ବର୍ଷ ମଧ୍ୟରେ ଦେଢଲକ୍ଷ ସୈନିକ ଭର୍ତ୍ତି କରିବେ। ପୁଟିନଙ୍କ ଏହି ନିଷ୍ପତ୍ତିକୁ ଗ୍ରହଣ ନକରିପାରି ଅନେକ ଯୁବ ନାଗରିକ ଦେଶ ଛାଡି ଚାଲିଯାଉଥିବା ଜଣାପଡିଛି।
ସୂଚନାଯୋଗ୍ୟ ରୁଷ-ୟୁକ୍ରେନ ଯୁଦ୍ଧକୁ ବର୍ଷେ ପୁରିଥିବା ବେଳେ ରୁଷର ୭ଲକ୍ଷ ସୈନିକଙ୍କର ମୃତ୍ୟୁ ଘଟିଛି। ଏବେ ଯେଉଁ ୫ଲକ୍ଷ ସୈନିକ ରହିଛନ୍ତି ସେମାନେ ଫ୍ରଣ୍ଟଲାଇନରେ ଯିବାକୁ ଯୋଗ୍ୟ ନୁହେଁ ବୋଲି ବିଚାର କରି ନୂଆ ଯୁବକମାନଙ୍କୁ ଭର୍ତ୍ତି କରିବାକୁ ପୁଟିନ ବିଚାର କରିଛନ୍ତି। ଅନ୍ୟପକ୍ଷରେ ୟୁକ୍ରେନ ଦାବି କରିଛି ଯୁଦ୍ଧରେ କ୍ରେମଲିନ ୭୦ ପ୍ରତିଶତ ସୈନିକଙ୍କୁ ହରାଇସାରିଛି।