ବିଏସ୍ଏନ୍ଏଲର ୪୯ ଟଙ୍କା ରିଚାର୍ଜରେ ମିଳିବ ୭ଟି ଓଟିଟି ଆପ୍ସ

ନୂଆଦିଲ୍ଲୀ : ସରକାରୀ ଟେଲିକମ୍ କମ୍ପାନି ଭାରତ ସଞ୍ଚାର ନିଗମ ଲିମିଟେଡ (ବିଏସ୍ଏନ୍ଏଲ୍) ପକ୍ଷରୁ ‘ଓଭର-ଦ-ଟପ୍’ ଅର୍ଥାତ ଓଟିଟି ରିଚାର୍ଜ ଲଞ୍ଚ କରିଛି। ଏହି ରିଚାର୍ଜ ପ୍ଲାନକୁ ସିନେମାପ୍ଲସ ରିଚାର୍ଜ ପ୍ଲାନ ନାମ ଦିଆଯାଇଛି। ଏହି ସିନେମାପ୍ଲାନକୁ ଲାୟନ୍ସଗେଟ, ସେମାରୋ, ହଙ୍ଗାମା ଓ ଇପିଆଇସି ଭଳି ଓଟିଟି ପ୍ଲାଟଫର୍ମ ସହିତ ଚୁକ୍ତି କରାଯାଇଛି। ଫଳରେ ବ୍ୟବହାରକାରୀ ଗୋଟିଏ ସିଙ୍ଗଲ ରିଚାର୍ଜରେ ଅନେକ ଓଟିଟି ଆପ୍ସ ପାଇ ପାରିବେ। ଏଥିପାଇଁ ଅଲଗା କୌଣସି ରିଚାର୍ଜ କରିବାକୁ ପଡ଼ିବ ନାହିଁ।
ଏହି ତିନିଟି ରିଚାର୍ଜ ପ୍ଲାନ ମଧ୍ୟରେ ବିଏସଏନଏଲ ସିନେମାପ୍ଲସ ଷ୍ଟାର୍ଟର ପ୍ୟାକ, ବିଏସଏନଏଲ ସିନେମାପ୍ଲସ ଫୁଲ ପ୍ୟାକ ଓ ବିଏସଏନଏଲ ସିନେମାପ୍ଲସ ପ୍ରିମିୟମ ପ୍ୟାକ ରହିଛି। ବିଏସଏନଏଲ ସିନେମାପ୍ଲସ ଷ୍ଟାର୍ଟର ପ୍ୟାକର ମୂଲ୍ୟ ୯୯ ଥିବା ବେଳେ ଏବେ ଏହା ୪୯ ଟଙ୍କା ହୋଇଯାଇଛି। ଏହି ପ୍ଲାନ ୭ଟି ଓଟିଟି ଆପ୍ସର ସୁବିଧା ସହିତ ଆସିବ। ପ୍ଲାନରେ ସେମାରୋ, ହଙ୍ଗାମା, ଲାୟନ୍ସଗେଟ, ଇପିଆଇସି ଭଳି ଓଟିଟି ପ୍ଲାଟଫର୍ମରେ ଆକସେସ୍ ଦିଆଯିବ।
ବିଏସଏନଏଲ ସିନେମାପ୍ଲସ ଫୁଲ ପ୍ୟାକର ମୂଲ୍ୟ ୧୯୯ଟଙ୍କା ରହିଛି। ଏହି ପ୍ଲାନରେ ବ୍ୟବହାରକାରୀଙ୍କୁ ଜି୫ ପ୍ରିମିୟମ୍, ସୋନିଲାଇଭ ପ୍ରିମିୟମ୍, ୟୁପ ଟିଭି ଓ ହଟଷ୍ଟାର ଓଟିଟି ଆପର ସୁବିଧା ଦିଆଯାଇଛି। ଏହି କ୍ରମରେ ବିଏସଏନଏଲ ସିନେମାପ୍ଲସ ପ୍ରିମିୟମ୍ ପ୍ୟାକର ମୂଲ୍ୟ ୨୪୯ ରହିଛି। ଏହି ପ୍ଲାନରେ ବ୍ୟବହାରକାରୀଙ୍କୁ ଜି୫ ପ୍ରିମିୟମ, ସୋନି ଲାଇଭ ପ୍ରିମିୟମ, ୟୁପ ଟିଭି, ସିମାରୋ, ହଙ୍ଗାମା ଓ ହଟଷ୍ଟାରକୁ ଆକସେସ ମିଳିବ।