ରାଘବ-ପରିଣୀତିଙ୍କ ବିବାହ ଖୁବ୍ ଶୀଘ୍ର !

ମୁମ୍ଵାଇ : ବଲିଉଡ୍ର ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ଆମ୍ ଆଦମୀ ପାର୍ଟି ନେତା ରାଘବ ଚଢା ପ୍ରେମକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଦୁହେଁ ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଥିବା ଶୁଣିବାକୁ ମିଳୁଛି। ହେଲେ ଏ ବିଷୟରେ ସେମାନେ କୌଣସି ପ୍ରକାରର ସୂଚନା ଦେଇ ନାହାନ୍ତି। ଏସବୁ ଚର୍ଚ୍ଚା ଭିତରେ ଉଭୟଙ୍କୁ ପୁଣି ଥରେ ଏକାଠି ଦେଖିବାକୁ ମିଳିଛି।
ଖବର ଅନୁଯାୟୀ ରବିବାର ପରୀ-ରାଘବ ମୁମ୍ବାଇର ବାନ୍ଦ୍ରାଠାରେ ଏକାଠି ନଜର ଆସିଥିଲେ। ଏହି ସମୟରେ ପରିଣୀତି ତାଙ୍କ ଆଙ୍ଗୁଠିରେ ଏକ ମୁଦି ଲଗାଇଥିବାରୁ ଦୁହିଁଙ୍କର ନିର୍ବନ୍ଧ ସରିଥିବା କଳ୍ପନାଜଳ୍ପନା ପ୍ରକାଶ ପାଉଛି।
ପ୍ରକୃତ କଥା ହେଲା ମୁମ୍ବାଇର ଏକ ରେଷ୍ଟୁରାଣ୍ଟରେ ଡିନର ସମୟରେ ପରୀ ଓ ରାଘବଙ୍କୁ ଦେଖିବାକୁ ମିଳିଥିଲା। ରେଷ୍ଟୁରାଣ୍ଟରୁ ବାହାରିବା ମାତ୍ରେ ପାପାରାଜି ଦୁହିଁଙ୍କୁ ଦେଖିଥିଲେ। ଉଭୟ କଳା ରଙ୍ଗର ଜ୍ୟାକେଟ୍ରେ ସୁନ୍ଦର ଦିଶୁଥିଲେ। ପରୀଙ୍କ ଆଙ୍ଗୁଠିରେ ଏକ ବଡ ହୀରା ମୁଦି ଦେଖିବାକୁ ମିଳିଥିଲା। ଯାହା ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।