ରିକଭରି ଏଜେଣ୍ଟଙ୍କ ଜୋରଜବରଦସ୍ତ ଗାଡ଼ି ଜବତ ବେଆଇନ : ହାଇକୋର୍ଟ

ପାଟନା : ଋଣ ଖିଲାପକାରୀଙ୍କ ଠାରୁ ଜୋରଜବରଦସ୍ତ ଗାଡ଼ି ଜବତ ବେଆଇନ। ସମ୍ବିଧାନ ଦ୍ୱାରା ପ୍ରଦତ୍ତ ନିଶ୍ଚିତ ଜୀବନ ଓ ଜୀବିକାର ମୌଳିକ ଅଧିକାରର ଏହା ସମ୍ପୂର୍ଣ୍ଣ ଉଲ୍ଲଂଘନ। ଏଭଳି ଗୁଣ୍ଡାଗିରି କାର୍ଯ୍ୟ ଏଫଆଇଆର ରୁଜୁ କରିବାକୁ ବାଧ୍ୟ କରୁଛି ବୋଲି ପାଟନା ହାଇକୋର୍ଟ ଏହି ରାୟ ଦେଇଛନ୍ତି।

ଖବର ଅନୁଯାୟୀ ମେ’ ୧୯ ତାରିଖରେ ପାଟନା ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ରାଜୀବ ରଞ୍ଜନ ପ୍ରସାଦଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକାଧିକ ରିଟ୍‌ ପିଟିସନର ଶୁଣାଣି କରି ବ୍ୟାଙ୍କ ଓ ଫାଇନାନ୍‌ସ କମ୍ପାନିଗୁଡ଼ିକୁ କଡ଼ା ସମାଲୋଚନା କରିଛନ୍ତି। ରିକଭରି ଏଜେଣ୍ଟ ଯେପରି ଜୋରଜବରଦସ୍ତ ଭାବେ କୌଣସି ଗାଡି ଜବତ ନ କରନ୍ତି ତାହା ସୁନିଶ୍ଚିତ କରିବାକୁ ହାଇକୋର୍ଟ ବିହାରର ସମସ୍ତ ପୋଲିସ ଅଧୀକ୍ଷକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡା ଦୋଷୀ ବ୍ୟାଙ୍କ/ଆର୍ଥିକ କମ୍ପାନି ଗୁଡ଼ିକୁ ୫୦ ହଜାର ଟଙ୍କା ଲେଖାଏଁ ଜରିମାନା କରିଛନ୍ତି।

ଜଷ୍ଟିସ ରଞ୍ଜନ ତାଙ୍କ ୫୩ ପୃଷ୍ଠାର ରାୟରେ ସୁପ୍ରିମ୍‌କୋର୍ଟର ୨୫ରୁ ଅଧିକ ନିଷ୍ପତ୍ତି ବିଷୟରେ ଉଲ୍ଲେଖ କରି କହିଛନ୍ତି ରିକଭରି ଏଜେଣ୍ଟଙ୍କ ଏପରି କାର୍ଯ୍ୟ ସମ୍ବିଧାନର ଧାରା ୨୧ ଅନୁଯାୟୀ ଜଣେ ନାଗରିକଙ୍କୁ ତାଙ୍କ ଜୀବନ ଓ ଜୀବିକାର ମୌଳିକ ଅଧିକାରରୁ ବଞ୍ଚିତ କରିଥାଏ। ତେଣୁ ବ୍ୟାଙ୍କ ଓ ସମକକ୍ଷ ଆର୍ଥିକ ଅନୁଷ୍ଠାନଗୁଡ଼ିକୁ ଖରାପ ଋଣ ଆଦାୟ ପାଇଁ ପ୍ରଦତ୍ତ କ୍ଷମତା ଅନୁଯାୟୀ ସୁରକ୍ଷିତ ବ୍ୟବସ୍ଥା ଅନୁସରଣ କରି ଗାଡ଼ି ଋଣ ଆଦାୟ କରିବା ଉଚିତ।

Leave a Reply

Your email address will not be published. Required fields are marked *

Back to top button