ଶସ୍ତା ହେଲା କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡର

ନୂଆଦିଲ୍ଲୀ : ସାରା ଦେଶରେ ଆଜିଠାରୁ କମର୍ସିଆଲ ଏଲପିଜି ଗ୍ୟାସ୍‌ ସିଲିଣ୍ଡରର ମୂଲ୍ୟ ହ୍ରାସ ପାଇଛି। ତୈଳ ମାର୍କେଟିଂ କମ୍ପାନୀ ଇଣ୍ଡିଆନ୍ ଅଏଲ୍ ୱେବସାଇଟରେ ମୂଲ୍ୟ ତାଲିକା ପ୍ରକାଶ ପାଇଛି। ହେଲେ ଘରୋଇ ବ୍ୟବହାର ସିଲିଣ୍ଡର ଦାମ୍‌ ଅପରିବର୍ତ୍ତିତ ରହିଛି।

ଖବର ଅନୁଯାୟୀ ନୂଆ ମୂଲ୍ୟ ଲାଗୁ ଯୋଗୁ ରାଜଧାନୀ ଦିଲ୍ଲୀରେ ୧୯ କେଜି ଗ୍ୟାସ୍‌ ସିଲିଣ୍ଡର୍‌ର ମୂଲ୍ୟ ୨୦୨୮ ଟଙ୍କା ବଦଳରେ ହୋଇଛି ୧୮୫୬.୫୦ ଟଙ୍କା। ସେହିପରି କୋଲକାତାରେ ୨୧୩୨ ଟଙ୍କା ପରିବର୍ତ୍ତେ ୧୯୬୦.୫୦ ଟଙ୍କା ଓ ମୁମ୍ବାଇରେ ୧୯୮୦ ବଦଳରେ ୧୮୦୮.୫୦ ଟଙ୍କାରେ ମିଳିବ। ଏହାଛଡା ଚେନ୍ନାଇରେ ଏହାର ମୂଲ୍ୟ ଥିଲା ୨୧୯୨.୫୦ ଟଙ୍କା। ଏବେ ୨୦୨୧.୫୦ ଟଙ୍କାରେ ଉପଲବ୍ଧ ହେବ।

Leave a Reply

Your email address will not be published. Required fields are marked *

Back to top button