ସାଂସଦଙ୍କ ଗାଡ଼ି ଧକ୍କାରେ ସ୍କୁଟି ଚାଳକ ମୃତ୍

ପାଟଣାଗଡ଼ : ରାଜ୍ୟସଭା ସାଂସଦଙ୍କ ଗାଡି ଧକ୍କାରେ ସ୍କୁଟି ଚାଳକଙ୍କର ମୃତ୍ୟୁ ଘଟିଛି। ଗାଇସିଲାଟ ମୁଖ୍ୟ ରାସ୍ତାର ତମିଆଁ ଓ ସୁନାମୁଦି ଛକ ମଧ୍ୟରେ ଘଟିଛି ଏହି ଦୁର୍ଘଟଣା।

ଖବର ଅନୁଯାୟୀ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ପାଟଣାଗଡ଼-ଗାଇସିଲାଟ ମୁଖ୍ୟ ରାସ୍ତାରେ ଯାଉଥିବା ସମୟରେ ତମିଆଁ ଓ ସୁନାମୁଦି ଛକ ନିକଟରେ ତାଙ୍କ ଗାଡ଼ି ଏକ ସ୍କୁଟିକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି।ମୃତକଙ୍କ ନାମ ଟଙ୍କଧର ବିଶ୍ଵାଳ। ଘର ଲରମ୍ଭା ଥାନା ଅନ୍ତର୍ଗତ ଇନ୍ଦପୁର ଗ୍ରାମରେ। ସ୍କୁଟିକୁ ଧକ୍କାଦେବା ପରେ ଡ୍ରାଇଭର ଲରମ୍ଭା ଥାନାକୁ ଯାଇ ଆତ୍ମସମର୍ପଣ କରିଥିବା ବେଳେ ପୋଲିସ ମୃତଦେହକୁ ଉଦ୍ଧାର କରି ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାକୁ ପଠାଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button