ସିଭିଲ ସର୍ଭିସେସ ପରୀକ୍ଷାଫଳ ପ୍ରକାଶ : ଈଶିତା କିଶୋର ଟପ୍ପର

ନୂଆଦିଲ୍ଲୀ : କେନ୍ଦ୍ରୀୟ ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ସିଭିଲ ସର୍ଭିସେସ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଏଥିରେ ୯୩୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ୧୮୦ ଜଣ ଆଇଏଏସ୍ ପାଇଥିବାବେଳେ, ୩୮ ଜଣ ଆଇଏଫଏସ୍ ଓ ୨୦୦ ଜଣ ଆଇପିଏସ୍ ପାଇଛନ୍ତି। ସର୍ବଭାରତୀୟ ସ୍ତରରେ ଟପ୍ପର ହୋଇଛନ୍ତି ଗ୍ରେଟର ନୋଏଡ଼ାର ଈଶିତା କିଶୋର। ଗରିମା ଲୋହିଆ ଦ୍ୱିତୀୟ ଓ ଉମା ହାରାଥି ଏନ୍ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଚତୁର୍ଥ ସ୍ଥାନରେ ରହିଛନ୍ତି ସ୍ମୃତି ମିଶ୍ରା। ଓଡ଼ିଶାରୁ ୯ ଜଣ ପ୍ରଥମ ୧୦୦ ରାଙ୍କ ମଧ୍ୟରେ ଅଛନ୍ତି।

ଖବର ଅନୁଯାୟୀ ସିଭିଲ ସର୍ଭିସ ପରୀକ୍ଷା ୨୦୨୨ରେ ଥରୁଣ ପଟ୍ଟନାୟକ ମାଦଳା ୩୩ ନମ୍ବର ରାଙ୍କରେ ଥିବା ବେଳେ ଅନୁପ ଦାସ ୩୮, ପ୍ରଣିତା ଦାସ ୪୨, ଅର୍ଣ୍ଣବ ମିଶ୍ର ୫୬, ଦୀକ୍ଷିତା ଯୋଶୀ ୫୮, କୃତିକା ମିଶ୍ର ୬୭, କସ୍ତୁରୀ ପଣ୍ଡା ୬୭, ପଲ୍ଲବୀ ମିଶ୍ର ୭୩ ଓ ପ୍ରଶାନ୍ତ ରାଜ ୯୭ ରାଙ୍କ ପାଇଛନ୍ତି। ସେହିପରି ସିଦ୍ଧାର୍ଥ ମିଶ୍ର ୧୦୬ ନମ୍ବର ରାଙ୍କ, ସୌମ୍ୟରଞ୍ଜନ ଦାସ ୧୩୬, ସୋନାଲି ମିଶ୍ର ୧୪୦, ଦୁର୍ଗା ପ୍ରସାଦ ଅଧିକାରୀ ୧୬୨, ସୁଶ୍ରୀ ଶୁଭାଙ୍ଗୀ ଖୁଣ୍ଟିଆ ୨୪୮, ସତ୍ୟ ପ୍ରକାଶ ମିଶ୍ର ୨୬୧, ଆୟୁଷୀ ପ୍ରଧାନ ୩୩୪, ହିମାଂଶୁ ସାମନ୍ତ ୩୪୮, ଦିବ୍ୟା ଜୈନ ୩୬୩, କୃତିକା ମିଶ୍ର ୪୦୧, ରଶ୍ମୀ ପ୍ରଧାନ ୪୦୫, ତେଜସ୍ୱୀ ବେହେରା ୫୧୬, ରାକେଶ କୁମାର ସାହୁ ୫୭୫, ପ୍ରଥମା ପ୍ରତୀକ୍ଷା ପ୍ରଧାନ ୬୭୦, ଶୁଭସ୍ନିଗ୍ଧା ସେଠୀ ୬୮୦, ଶୁଭମ ମିଶ୍ର ୬୮୮, ନିବେଦିତା ଦାସ ୮୪୮, ବୀରେନ୍ଦ୍ର କୁମାର ଦାସ ୮୫୪ ଓ ମାନସଜ୍ୟୋତି ଦାସ ୮୮୧ ରାଙ୍କରେ ରହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button