ଭିଜିଲାନ୍ସ ଜାଲରେ ଫଶିଲେ ସହିଦ ନଗର ଥାନା ଏଏସଆଇ

ଭୁବନେଶ୍ଵର : ଏକ ମାମଲାରେ ସହଯୋଗ ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ସହିଦ ନଗର ଥାନା ଏଏସଆଇ ମମତା ବସ୍ତିଆ ଭିଜିଲାନ୍ସ ଜାଲରେ ଫସିଛନ୍ତି। ତାଙ୍କୁ ଗିରଫ କରାଯାଇଥିବା ବେଳେ ଲାଞ୍ଚ ଟଙ୍କା ଜବତ ହୋଇଛି।

ଖବର ଅନୁୟାଯୀ ଏତଲାକାରୀଙ୍କୁ ସହଯୋଗ କରିବା ପାଇଁ ମମତା ୧୫ ହଜାର ଲାଞ୍ଚ ମାଗିଥିଲେ। ତେଣୁ ସେ ଭିଜିଲାନ୍ସଙ୍କୁ ଅବଗତ କରାଇଥିଲେ। ପୂର୍ବ ଯୋଜନା ମୁତାବକ ଭିଜିଲାନ୍ସ ଛକି ରହିଥିଲେ। ଆଜି ମମତା ଲାଞ୍ଚ ନେବାବେଳେ ଭିଜିଲାନ୍ସ ତାଙ୍କୁ ଧରିଛି। ପରେ ଭିଜିଲାନ୍ସ ମମତାଙ୍କ ଘର ଓ କାର୍ଯ୍ୟାଳୟରେ ଚଢ଼ଉ କରିଛି। ଚଢ଼ାଉ ବେଳେ ତାଙ୍କ ଘରୁ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *

Back to top button