ହ୍ୱାଟସଆପର ନୂଆ ଫିଚର୍ସ : ଆକାଉଣ୍ଟ ଏକାଧିକ ସ୍ମାର୍ଟଫୋନରେ ହେବ ଲଗ୍ଇନ୍

ନୂଆଦିଲ୍ଲୀ : ଗ୍ରାହକଙ୍କ ସୁବିଧାକୁ ଗୁରୁତ୍ଵ ଦେଉଛି ହ୍ୱାଟସଆପ। ସେମାନଙ୍କ ସ୍ଵାର୍ଥକୁ ଦୃଷ୍ଟିରେ ରଖି ଆଣିଛି ନୂଆ ଫିଚର୍ସ ଓ ଅପଡେଟ୍। ଏନେଇ ମଙ୍ଗଳବାର ଘୋଷଣା କରିଛନ୍ତି ମେଟାର ସିଇଓ ମାର୍କ ଜୁକରବର୍ଗ।

ମାର୍କ ଜୁକରବର୍ଗଙ୍କ ସୂଚନା ଅନୁଯାୟୀ ହ୍ୱାଟସଆପର ନୂଆ ଫିଚର୍ସ ଦ୍ଵାରା ଗ୍ରାହକ ହ୍ୱାଟସଆପ ଆକାଉଣ୍ଟକୁ ଏକାଧିକ ବା ୪ଟି ସ୍ମାର୍ଟଫୋନରେ ଲଗ୍ଇନ୍ କରିପାରିବେ। ପୂର୍ବରୁ ଏଭଳି କରିବା ସମ୍ଭବ ନଥିଲା। କେବଳ ଗୋଟିଏ ଫୋନ୍‌ରେ ଗୋଟିଏ ଆକାଉଣ୍ଟ ହୋଇପାରୁଥିଲା ଲଗ୍‌ଇନ୍‌। ତେବେ ମେଟା ଫିଚର୍ସ ରୋଲଆଉଟ୍ କରିଦେଇଛି। ଆସନ୍ତା ସପ୍ତାହରୁ ଗ୍ରାହକଙ୍କୁ ମିଳିବ ନୂଆ ଅପଡେଟ୍‌। ହ୍ୱାଟସଆପ ଆକାଉଣ୍ଟ ଜରିଆରେ ଡିଭାଇସକୁ ଅଲଗା ଅଲଗା ବ୍ୟବହାର କରିପାରିବେ।

Leave a Reply

Your email address will not be published. Required fields are marked *

Back to top button