୨୦୦୦ ନୋଟ୍ ଦେବାରୁ ଗାଡ଼ିରୁ ପେଟ୍ରୋଲ କାଢ଼ିନେଲେ କର୍ମଚାରୀ

ନୂଆଦିଲ୍ଲୀ : ଭାରତୀୟ ରିଜର୍ଭ ବ୍ୟାଙ୍କ ୨୦୦୦ ଟଙ୍କିଆ ନୋଟ୍ ପ୍ରତ୍ୟାହାର କରିନେବାପାଇଁ ଘୋଷଣା କରିବା ପରେ ଅନେକ ଘଟଣା ସାମ୍ନାକୁ ଆସୁଛି। ଏହି ନୋଟ୍ ବ୍ୟାଙ୍କରେ ଜମା କିମ୍ବା ବଦଲାଇବା ପରିବର୍ତ୍ତେ କିଏ ସୁନା ଗହଣା ଓ ଆଉ ଦାମୀ ଘଣ୍ଟା କିଣିଥିବା ଖବର ପ୍ରକାଶ ପାଇଛି। ହେଲେ ଏବେ ଘଟିଛି ନୂଆ ଘଟଣା। ୨୦୦୦ ଟଙ୍କିଆ ନୋଟ ପାଇଁ ପେଟ୍ରୋଲ ପମ୍ପ କର୍ମଚାରୀ ଗ୍ରହକଙ୍କ ଗାଡିରେ ତେଲ ପକାଇ ପୁଣି କାଢି ନେଇଛି। ଯାହାର ଭିଡିଓ ଭାଇରାଲ ହେଉଛି।
ଖବର ଅନୁଯାୟୀ ଜଣେ ବ୍ୟକ୍ତି ପେଟ୍ରୋଲ ପମ୍ପକୁ ତେଲ ଭରିବାକୁ ଯାଇଥିଲେ। ଗାଡିରେ ୨୦୦ ଟଙ୍କାର ତେଲ ଭରିବା ବେଳେ ଗ୍ରାହକ ଜଣଙ୍କ ଦୁଇହଜାର ଟଙ୍କିଆ ନୋଟ ବଢ଼ାଇବାରୁ ପେଟ୍ରୋଲ ପମ୍ପ କର୍ମଚାରୀ ରାଗି ଯାଇଥିଲେ। ତୁରନ୍ତ ଭର୍ତ୍ତି କରିଥିବା ତେଲକୁ ଗ୍ରାହକଙ୍କ ଗାଡ଼ିରୁ ବାହାର କରିନେଇଥିଲେ। ଏହାର ଭିଡିଓ ଭାଇରାଲ ହେବାପରେ ଜାଲାଉନ ପୋଲିସ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି।