ଏକ୍‌ଜିଟ୍‌ ପୋଲ ଫଳାଫଳ : କର୍ଣ୍ଣାଟକରେ ଝୁଲା ବିଧାନସଭା

ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ନିର୍ବଚନ ପାଇଁ ଆଜି ମତଦାନ ଶେଷ ହୋଇଛି। ଭୋଟରଙ୍କ ବୁଥ୍ ବାହୁଡା ମତାମତ ଆଧାରରେ ସନ୍ଧ୍ୟାରେ ପ୍ରକାଶ ପାଇଛି ଏକ୍‌ଜିଟ୍‌ ପୋଲ ଫଳାଫଳ। ବିଭିନ୍ନ ଗଣମାଧ୍ୟମ ସଂସ୍ଥା ଦ୍ଵାରା କରାଯାଇଥିବା ଏକ୍‌ଜିଟ୍‌ ପୋଲ୍‌ ଅନୁଯାୟୀ କର୍ଣ୍ଣାଟକରେ ଝୁଲା ବିଧାନସଭା ହେବ ବୋଲି ଆକଳନ କରାଯାଇଛି। ଆଉ କଂଗ୍ରେସ ଫାଇଦାରେ ରହିବ। କଂଗ୍ରେସ ଓ ଜେଡିଏସ୍‌ କିଙ୍ଗମେକର ହେବେ ବୋଲି ସୂଚନା ମିଳୁଛି।

ଖବର ଅନୁଯାୟୀ କର୍ଣ୍ଣାଟକ ବିଧାନସଭାର ମୋଟ ୨୨୪ଟି ଆସନ ହୋଇଥିବା ବେଳେ ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ବର ହେଉଛି ୧୧୩। ତେବେ ଏବିପି ନ୍ୟୁଜ ସି ଭୋଟର ଏକଜିଟ ପୋଲ ଆକଳନ କରିଛି କର୍ଣ୍ଣାଟକରେ ବିଜେପି ୮୩ରୁ ୯୫ ଆସନ ପାଇବ। ସେହିପରି କଂଗ୍ରେସ ୧୦୦ରୁ ୧୧୨, ଜେଡିଏସ ୨୧ରୁ ୨୯ଟି ଆସନ ଓ ଅନ୍ୟାନ୍ୟ ଦଳ ୨ରୁ ୬ଟି ଆସନ ଜିତିବେ। ନ୍ୟୁଜ ନେସନ-ସିଜିଏସ୍‌ କହିଛି ବିଜେପି ୧୧୪, କଂଗ୍ରେସ ୮୬, ଜେଡିଏସ ୨୧ଟି ଓ ଅନ୍ୟାନ୍ୟ ଦଳକୁ ୩ ଆସନ ମିଳିବ। ଟାଇମ୍ସ ନାଓ-ଇଟିଜି କହିଛି କଂଗ୍ରେସ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହାସଲ କରିବ। କଂଗ୍ରେସ ୧୧୩ଟି, ବିଜେପି ୮୫, ଜେଡିଏସ୍‌ ୨୩ଟି ଓ ଅନ୍ୟାନ୍ୟ ଦଳ ୩ ଆସନରେ ଜିତିବେ।

ଇଣ୍ଡିଆ ଟିଭି-ସିଏନଏକ୍ସ କହିଛି ସରକାର ଗଠନ ପାଇଁ କଂଗ୍ରେସ ହାସଲ କରିବ ମ୍ୟାଜିକ ନମ୍ବର। ବିଜେପି ୮୦ରୁ ୯୦ଟି, କଂଗ୍ରେସ ୧୧୦ରୁ ୧୨୦, ଜେଡିଏସ୍‌ ୨୦ରୁ ୨୪ଟି ଓ ଅନ୍ୟାନ୍ୟ ଦଳ ୧ରୁ ୩ଟି ଆସନ ପାଇବେ ବୋଲି ଆକଳନ କରିଛି। ରିପବ୍ଲିକ ଟିଭିର ଏକଜିଟ ପୋଲ କହିଛି ବିଜେପି ଠାରୁ କଂଗ୍ରେସ ଅଧିକ ଆସନରେ ଜିତିବ। ବିଜେପି ୮୫ରୁ ୧୦୦ଟି, କଂଗ୍ରେସ ୯୪ରୁ ୧୦୮, ଜେଡିଏସ୍‌ ୨୪ରୁ ୩୨ଟି ଓ ଅନ୍ୟାନ୍ୟ ଦଳକୁ ମିଳିବ ୨-୬ଟି ଆସନ।

ସେହିପରି ଜନକ କୀ ବାତ୍‌ର ଏକଜିଟ ପୋଲରେ ବିଜେପି ୯୪ରୁ ୧୧୭, କଂଗ୍ରେସ ୯୧ରୁ ୧୦୬, ଜେଡିଏସ୍‌ ୧୪ରୁ ୨୪ଟି ଓ ଅନ୍ୟାନ୍ୟ ଦଳ ୦ରୁ ୨ ଆସନ ପାଇବେ ବୋଲି କୁହାଯାଇଛି। ଟିଭି ୯ ଭାରତ ବର୍ଷ ଅନୁମାନ ବିଜେପି ୮୮ରୁ ୯୮, କଂଗ୍ରେସ ୯୯ରୁ ୧୦୯, ଜେଡିଏସ୍‌ ୨୧ରୁ ୨୬ ଓ ଅନ୍ୟାନ୍ୟ ଦଳ ୦ରୁ ୪ଟି ଆସନ ପାଇବେ। ଜି ନ୍ୟୁଜର ଏକଜିଟ ପୋଲରେ ବିଜେପି ୭୯ରୁ ୯୪ଟି, କଂଗ୍ରେସ ୧୦୩ରୁ ୧୧୮, ଜେଡିଏସ୍‌ ୨୫ରୁ ୩୩ଟି ଆସନ ଓ ଅନ୍ୟାନ୍ୟ ଦଳ ୨ରୁ ୫ଟି ଆସନ ଜିତିବେ। ଉପକୂଳ କର୍ଣ୍ଣାଟକର ୧୯ଟି ଆସନରୁ ବିଜେପି ୧୬ଟି ଓ କଂଗ୍ରେସ ୩ଟି ଆସନ ଜିତିବାକୁ ଥିବାବେଳେ ଜେଡିଏସ ଖାତା ଖୋଲିବାକୁ ସକ୍ଷମ ହେବନାହିଁ। କେନ୍ଦ୍ରୀୟ କର୍ଣ୍ଣାଟକରେ କଂଗ୍ରେସ ଅଧିକ ଆସନ ପାଇବ ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *

Back to top button