କଂଗ୍ରେସକୁ ସମର୍ଥନ କରିବେ ମମତା

କୋଲକାତା : ୨୦୨୪ ଲୋକସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ କଂଗ୍ରେସକୁ ସମର୍ଥନ କରିବ। କିନ୍ତୁ ଅନ୍ୟ ଦଳମାନଙ୍କୁ ମଧ୍ୟ କଂଗ୍ରେସକୁ ସମର୍ଥନ କରିବାକୁ ପଡ଼ିବ। ଏହା କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ।

ପଶ୍ଚିମବଙ୍ଗ ସଚିବାଳୟରେ ସାମ୍ବାଦିକମାନଙ୍କୁ ମମତା କହିଛନ୍ତି ଯେଉଁଠି କଂଗ୍ରେସ ଶକ୍ତିଶାଳୀ ସେମାନଙ୍କୁ ଲଢ଼ିବାକୁ ଦିଅନ୍ତୁ। ଆମେ ସେମାନଙ୍କୁ ସମର୍ଥନ କରିବୁ ଏଥିରେ କିଛି ଭୁଲ୍ ନାହିଁ। କିନ୍ତୁ ସେମାନଙ୍କୁ ଅନ୍ୟ ରାଜନୈତିକ ଦଳକୁ ମଧ୍ୟ ସମର୍ଥନ କରିବାକୁ ପଡ଼ିବ। ସେ ସ୍ପଷ୍ଟ କରିଛନ୍ତି ଆସନ ବୁଝାମଣା ଫର୍ମୁଲାରେ ଶକ୍ତିଶାଳୀ ଆଞ୍ଚଳିକ ଦଳଗୁଡ଼ିକୁ ପ୍ରାଥମିକତା ଦିଆଯିବା ଆବଶ୍ୟକ। ଏହି ଅବସରରେ ବିଜେପିକୁ କ୍ଷମତାରୁ ହରାଇଥିବା କର୍ଣ୍ଣାଟକବାସୀଙ୍କୁ ସେ ଅଭିନନ୍ଦନ ଜଣାଇଥିଲେ। ହେଲେ କଂଗ୍ରେସ ସମ୍ପର୍କରେ କିଛି କହିନଥିଲେ।

Leave a Reply

Your email address will not be published. Required fields are marked *

Back to top button